www.samajalive.in
Sunday, December 14, 2025
19.1 C
Bhubaneswar

ଦୁର୍ଘଟଣାରୁ ବର୍ତ୍ତିଲା ହୀରାଖଣ୍ଡ

ରାୟଗଡ଼ା : ରାୟଗଡ଼ାରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ହୀରାଖଣ୍ଡ-ଜୁନାଗଡ଼ ଲିଙ୍କ ଏକ୍ସପ୍ରେସ୍ ଗୁରୁବାର ମଧ୍ୟରାତ୍ରରେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ରାତି ପ୍ରାୟ ୧୨ଟା ୧୫ ମିନିଟରେ ପ୍ରବଳ ଝଡ଼ବର୍ଷା ଯୋଗୁଁ ଜେମାଦେଇପୁରରୁ କୁନେର ଷ୍ଟେସନ ମଧ୍ୟରେ ଏକ ସ୍ଥାନରେ ରେଳ ଲାଇନ ଉପରେ ଯାଇଥିବା ବିଦ୍ୟୁତ୍ ତାରଟି ଛିଣ୍ଡି ପଡ଼ିଥିଲା। ଏହି ଲାଇନ ଦେଇ ଯାଉଥିବା ଡିଜେଲ ଇଞ୍ଜିନଯୁକ୍ତ ହୀରାଖଣ୍ଡ ଲିଙ୍କ ଏକ୍ସପ୍ରେସର ବି-୨ ବଗିର ଚକରେ ଏହି ତାରଟି ଗୁଡ଼ାଇ ହୋଇଯାଇଥିଲା। ଫଳରେ ଟ୍ରେନ୍‌ଟି ଅଟକିଯାଇଥିଲା। ଖବର ପାଇ କୁନେର ଷ୍ଟେସନରୁ ରେଳ କର୍ମଚାରୀମାନେ ଆସି ତାରଟି ଉଠାଇ ସଜାଡ଼ିବା ସହ ଲାଇନ୍ ସଫା କରିଥିଲେ। ଏହାପରେ ପ୍ରାୟ ଦେଢ଼ଘଣ୍ଟା ବିଳମ୍ବରେ ଟ୍ରେନ୍‌ଟି ଗନ୍ତବ୍ୟ ପଥରେ ଯାତ୍ରା ଆରମ୍ଭ କରିଥିଲା। ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ରେଳବାଇ ସୂତ୍ରରୁ ପ୍ରକାଶ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories