www.samajalive.in
Sunday, December 14, 2025
26.1 C
Bhubaneswar

ତିନିମାସରେ ‘ନଦୀ ନୀତି’

ଜଳସମ୍ପଦର ବିକାଶ ପାଇଁ ବିନିଯୋଗ ହେବ ୭୫ହଜାର କୋଟି

ଭୁବନେଶ୍ୱର  : ରାଜ୍ୟରେ ଥିବା ନଦୀଗୁଡ଼ିକରେ ଜଳପ୍ରବାହର ପରିଚାଳନା ସହ ପାନୀୟଜଳର ସୁବନ୍ଦୋବସ୍ତ ଏବଂ ଜଳସେଚନକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ‘ନଦୀ ନୀତି’ ପ୍ରଣୟନ କରିବେ। ଆସନ୍ତା ତିନିମାସ ମଧ୍ୟରେ ବିସ୍ତୃତ ନଦୀ ନୀତି ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସମ୍ପଦ ବିଭାଗକୁ ନିର୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟରେ ଜଳସମ୍ପଦର ବିକାଶ ପାଇଁ ୫ବର୍ଷରେ ୭୫ହଜାର କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ବିଧାନସଭାର ବଜେଟ ଅଧିବେଶନ ସମୟରେ ଗତ ଏପ୍ରିଲ ୨୫ ତାରିଖରେ ଜଳସେଚନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ‘ନଦୀ ନୀତି’ ପ୍ରଣୟନ କରାଯିବ ବୋଲି ସୂଚନା ଦେଇଥିଲେ।
ବୁଧବାର ଝାରସୁଗୁଡା ଠାରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ ବିବୃତିରେ କୁହାଯାଇଛି। ମୁଖ୍ୟମନ୍ତ୍ରୀ
କହିଥିଲେ, ମହାନଦୀର କେତେକ ସ୍ଥାନରେ ବ୍ୟାରେଜ ନିର୍ମାଣ କରାଯାଇ ନଦୀ ଜଳ ସଂରକ୍ଷଣ କରାଯିବ। ଏହା କୃଷି ଏବଂ ପାନୀୟଜଳ ଆଦି କାର୍ଯ୍ୟରେ ବ୍ୟବହାର କରାଯିବ। ଜନସାଧାରଣ ବିସ୍ଥାପିତ ନହେବାର ସମ୍ଭାବନା ଥିବା ସ୍ଥାନରେ ଏହି ବ୍ୟାରେଜଗୁଡ଼ିକୁ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।
ବରଗଡ଼ ଓ ଶାସନ ମୁଖ୍ୟ କେନାଲକୁ କଂକ୍ରିଟ ଲାଇନିଂ କରାଯିବ। ଏଥିପାଇଁ ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି କାର୍ଯ୍ୟ ଆସନ୍ତା ୩ ବର୍ଷ ମଧ୍ୟରେ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ସେହିପରି ଆସନ୍ତା ତିନିମାସ ମଧ୍ୟରେ ଗଙ୍ଗାଧର ମେହର ମେଗାଲିଫ୍ଟ କେନାଲ ବ୍ୟବସ୍ଥାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଜିଲା ଖଣିଜ ପାଣ୍ଠିର ବିନିଯୋଗରେ ପାନୀୟଜଳ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ସେହିପରି ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି। ଖଣି ପ୍ରଭାବିତ ଜିଲାଗୁଡ଼ିକରେ ଅଧିକ ସଂଖ୍ୟକ ମେଗା ପାଇପ ଜଳଯୋଗାଣ ଯୋଜନା କାର୍ଯ୍ୟକାରୀ କରିବା ନେଇ ଆବଶ୍ୟକ ଲୋକଶକ୍ତି ଆକଳନ କରିବା ପାଇଁ ସେ ପଞ୍ଚାୟତିରାଜ ଓ ଜଳସମ୍ପଦ ବିଭାଗକୁ ନିର୍ଦେଶ ଦେଇଛନ୍ତି।
ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ, ଜଳସମ୍ପଦ ବିକାଶ ବିଭାଗ ପ୍ରମୁଖ ସଚିବ ପ୍ରଦୀପକୁମାର ଜେନା ଏବଂ ଚାରିଟି ଜିଲାର ଜିଲାପାଳମାନେ ଉପସ୍ଥିତ ଥିଲେ।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories