www.samajalive.in
Sunday, December 14, 2025
19.1 C
Bhubaneswar

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଜରିଆରେ ମାଗଣା ଅସ୍ତ୍ରୋପଚାର

ଲାଞ୍ଜିଗଡ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଜରିଆରେ ବ୍ୟୟବହୁଳ ଅସ୍ତ୍ରୋପଚାର ମାଗଣାରେ କରାଯାଇଛି । ଯାହା ଫଳରେ ଜଣେ ଯୁବକର ହିପ୍ ରିପ୍ଲସମେଣ୍ଟ ହୋଇ ପାରିଛି। ଯୁବକ ଜଣକ ଦୀର୍ଘଦିନର ଯନ୍ତ୍ରଣାରୁ ମୁକ୍ତି ପାଇ ଆରୋଗ୍ୟ ଲାଭ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଜଲକ୍ରୀଡା ଗ୍ରାମର ବାଲି ନାଏକ (୩୦ ବର୍ଷ)ଙ୍କର ବିଶାଖାପାଟଣାମର ଏକ ଘରୋଇ ଇଣ୍ଡସ୍ ଡାକ୍ତରଖାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଜରିଆରେ ହିପ୍ ରିପ୍ଲେସମେଣ୍ଟ ଅସ୍ତ୍ରୋପଚାର ସଫଳ ହୋଇଛି । ତେଣୁ ବାଲି ନାଏକ ଏବଂ ପରିବାର ବର୍ଗ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ବାଲିର ଅଣ୍ଟାରୁ ହିପ୍ ଖସି ଯିବା ଯୋଙ୍ଗୁ ବାଲି ଗତ ୫ ବର୍ଷ ଧରି ଭୀଷଣ ଯନ୍ତ୍ରଣା ଭୋଗୀ ଆସୁଥିଲେ। ଅର୍ଥ ଅଭାବ ଯୋଗୁଁ ବାଲିର ଚିକିତ୍ସା ପାଇଁ ପରିବାର ନିକଟରେ କୋଣସି ଉପାୟ ନଥିଲା। ବାଲିର ସ୍ତ୍ରୀ ମମତା ପିନ୍ଧିଥିବା ନିଜ ସୁନା ଖଣ୍ଡିକ ବନ୍ଧକ ରଖି ଭବାନୀପାଟଣା ଡାକ୍ତରଖାନାକୁ ନେଇଥିଲା। ସେଠାର ଡାକ୍ତର ବାଲିକୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ମମତା କଟକ ନେବା ପାଇଁ ଦୁଇ ଛୁଆ ନରେଶ (୫ବର୍ଷ) ଓ ହିତେଶ (ଦେଢ ବର୍ଷ)ର ଛୁଆକୁ ଧରି ସକ୍ଷମ ନଥଲା । ସ୍ୱାମୀର ଚିକିତ୍ସା ପାଇଁ ନିଜ ପାଖରେ ଅର୍ଥର ଘୋର ସଙ୍କଟ ଦେଖାଦେଇଥିଲା। ଏହି ଖବର ଧୀରେ ଧୀରେ ଲୋକଲୋଚନକୁ ଆସିବା ପରେ ଲାଞ୍ଜିଗଡ ପ୍ରେସ କ୍ଳବ ସକ୍ରିୟ ସଦସ୍ୟ ତଥା ଯୁବ ସମାଜସେବୀ ଧର୍ମେନ୍ଦ୍ର ପଣ୍ଡା ବିଶାଖାପାଟଣାମ୍ ଇଣ୍ଡସ ମେଡିକାଲ କର୍ତ୍ତୃପକ୍ଷ ସହିତ ଯୋଗାଯୋଗ କରି ଆଲୋଚନା କରିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଜରିଆରେ ଚିକିତ୍ସା ହୋଇପାରିବ ବୋଲି ଇଣ୍ଡସ ଡାକ୍ତରଖାନା କର୍ତ୍ତୃପକ୍ଷ ସମାଜସେବୀ ଶ୍ରୀ ପଣ୍ଡାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଶ୍ରୀ ପଣ୍ଡା ଶ୍ରୀ ନାଏକଙ୍କୁ ନେଇ ବିଶାଖାପାଟଣାମ୍ ଯାଇଥିଲେ। ସେଠାରେ ଡା. ବି. ଗଙ୍ଗାରାଜୁ ଯୁବକ ଶ୍ରୀ ନଏକଙ୍କ ହିପ୍ ରିପ୍ଲେସମେଣ୍ଟ ଅସ୍ତ୍ରୋପଚାର କରିଥିଲେ। ସଫଳ ଅସ୍ତ୍ରୋପଚାର ପରେ ଇଣ୍ଡସ ଡାକ୍ତରଖାନାରେ ୧୦ ଦିନ ରହିଲା ପରେ ଶ୍ରୀ ନଏକ ସୁସ୍ଥ ହୋଇ ନିଜ ଗାଁକୁ ଫେରିଛନ୍ତି । ଇଣ୍ଡସ ମେଡିକାଲ ସୂତ୍ରରୁ ଜଣାପଡିଛି ଯେ ଏହି ଯୁବକର ଅସ୍ତ୍ରୋପଚାର ପାଇଁ ୧ ଲକ୍ଷ ୪୦ ହଜାର ୪ ସହ ୯୧ଟଙ୍କା ଖର୍ଚ୍ଚ ହୋଇଛି। ଓଡ଼ିଶା ସରକାର ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ମଧ୍ୟମରେ ଖର୍ଚ୍ଚ ବହନ କରିଥିବାରୁ ବାଲିର ପରିବାର ଓ ଅଞ୍ଚଳବାସୀ ତରଫରୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ବିଗତ ୧୦ ଦିନ ଧରି ଡାକ୍ତରଖାନାରେ ରହି ବାଲି ନାଏକଙ୍କୁ ସେବା ଯୋଗାଇ ବାହାରକୁ ଆଣି ଛାଡି ଥିବାରୁ ଶ୍ରୀ ପଣ୍ଡାଙ୍କୁ ମଧ୍ୟ ପରିବାର ଲୋକେ ସାଧୁବାଦ ଜଣାଇଛନ୍ତି ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories