www.samajalive.in
Monday, December 15, 2025
26.1 C
Bhubaneswar

ସପ୍ତମ ଶ୍ରେଣୀ ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ ପାଇଁ କନ୍ଧମାଳ ପ୍ରଶାସନ ଦାୟୀ : ବିଜେପି ଯୁବମୋର୍ଚ୍ଚା

ଫୁଲବାଣୀ : କନ୍ଧମାଳ ଜିଲ୍ଲା   ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମ ସ୍କୁଲର ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀ ଘୁ. ଉଦୟଗିରି ଡାକ୍ତରଖାନାରେ ଜନ୍ମ ଦେଇଥିବା ନବଜାତ ଶିଶୁର ମୃତ୍ୟୁ ଓ କିଛି ଘଣ୍ଟା ପରେ ମାଁ ଅର୍ଥାତ୍ ଛାତ୍ରୀ ଟିର ମୃତ୍ୟୁ ଘଟଣାରେ ଶନିବାର ବିଜେପି ଯୁବମୋର୍ଚ୍ଚା କନ୍ଧମାଳ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ଗୋଲକ ବିହାରୀ କଅଁରଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କୁ  ଭେଟି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି । ଛାତ୍ରୀଟି ମାସେ ତଳେ ଛଅ ମାସର ଗର୍ଭବତୀ ଥିବା କଥା ଜଣାପଡିବା ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଘୁ. ଉଦୟଗିରିରେ ଥିବା ସୁଭଦ୍ରା ମହତାବ ସେବା ସଦନ ଠାରେ ପ୍ରଶାସନ ପକ୍ଷରୁ ରଖାଯାଇଥିଲା। ଗତ ୫ ତାରିଖ ଦିନ ଗର୍ଭବତୀ ଛାତ୍ରୀଟିର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ବହୁ ବିଲମ୍ବରେ କୌଣସି ସୁବିଧା ନଥିବା ଘୁ. ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରାଗଲା ଏବଂ ବିଳମ୍ୱର କାରଣ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ କଲା ବୋଲି ସେବାସଦନର କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ କହୁଛନ୍ତି। ହେଲେ ସେବାସଦନ ଠାରୁ ଡାକ୍ତରଖାନା ଅଳ୍ପ ଦୂର ଥିବାବେଳେ କାହିଁକି ଅନ୍ୟ ବ୍ୟବସ୍ଥା କରାଗଲା ନାହିଁ ବୋଲି ବିଜେପି ଯୁବମୋର୍ଚ୍ଚା ସଭାପତି କହିଛନ୍ତି । ସେହିଭଳି ଛାତ୍ରୀକୁ ଡାକ୍ତରଖାନାରେ ଭର୍ତ୍ତି କରିବାର ପର ଦିନ ତାଙ୍କ ପରିବାର ବର୍ଗଙ୍କୁ ଖବର ଦେବା, ଶିଶୁ ଓ ସ୍ତ୍ରୀ ବିଶେଷଜ୍ଞ ଡାକ୍ତର ନଥିବା ଘୁ. ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରାଇବା, ଛୁଆ ଜନ୍ମ ପରେ ଆଇସିୟୁର ସୁବିଧା ନପାଇ ମରିଯିବା ଏବଂ ଛୁଆ ଜନ୍ମ ପରେ ନାବାଳିକା ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥାରେ ବିପଦ ଥିଲେ ସୁଦ୍ଧା  ଅନ୍ୟ ବଡ଼ ମେଡ଼ିକାଲକୁ ରେଫର୍ ନକରି ଆହୁରି ଗୋଟେ ଦିନ ସେଠାରେ ପକାଇ ରଖି ଛାତ୍ରୀର ମୃତ୍ୟୁ ଯାଏ ଅପେକ୍ଷା କରିବା କନ୍ଧମାଳ ଜିଲ୍ଲା ପ୍ରଶାସନର ଅତ୍ୟନ୍ତ ଅମାନୁଷିକ କାର୍ଯ୍ୟ ବୋଲି ଅଭିଯୋଗ କରାଯାଇଛି।
ଜିଲ୍ଲାର ପୁଲିସ ବିଭାଗ, ମେଡିକାଲ ଷ୍ଟାଫ୍, DWO, DSW, DCPO, KKDA ର ବଡ଼ ବଡ଼ ବାବୁଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଛାତ୍ରୀ ଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛି ବିଜେପି ଯୁବମୋର୍ଚ୍ଚା । ଯଦି ପ୍ରଶାସନ ତୁରନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ଆମେ ବଡ଼ ଧରଣର ଆନ୍ଦୋଳନର ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ଏବଂ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ଶ୍ରୀ କହଁର କହିଛନ୍ତି । ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ , ଉପସଭାପତି ସୁଧାଂଶୁ ଗୁରୁ, ଫୁଲବାଣୀ ନଗର ଯୁବମୋର୍ଚ୍ଚା ସଭାପତି ଅରବିନ୍ଦ ପଟ୍ଟନାୟକ , ଜିଲ୍ଲା ସମ୍ପାଦକ ଗୌତମ ମଲିକ , ଗୋଲକ ମଲିକ , ଯୁବନେତା ରାଇକିଶୋର ପ୍ରଧାନ , ଦେବାଶିଷ ଶାହାଣୀ , ଦିଶାନ୍ତ କୁମାର ପଣ୍ଡା , ଚିରଞ୍ଜିବୀ ଜାନୀ, ନିହାର ରଞ୍ଜନ ମହାଲିଙ୍ଗ, ବବୁଲ୍ ପ୍ରଧାନ, ସୁଧିରେନ୍ଦ୍ର ଦାଶ, ବାପିନା ଗୌଡ଼, ଧଲେଶ୍ବର ପ୍ରଧାନ, ଲକ୍ଷ୍ମୀ ନାରାୟଣ ସାହୁ, ରାକେଶ ବେହେରା ପ୍ରମୁଖଙ୍କ ସହ ବହୁ  ଯୁବକ ସାମିଲ୍ ଥିଲେ ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories