www.samajalive.in
Sunday, December 7, 2025
14.1 C
Bhubaneswar

ମଞ୍ଚରେ ଜୀବଜନ୍ତୁଙ୍କ ପ୍ରତି ନୃଶଂସତା: ୨ ଗିରଫ

ହିଞ୍ଜିଳିକାଟୁ/ବ୍ରହ୍ମପୁର: ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗ୍ରାମର ରାମାୟଣ ନାଚ ପରିବେଷଣ ସମୟରେ ମଞ୍ଚ ଉପରେ ଜୀବଜନ୍ତୁଙ୍କ ପ୍ରତି ନୃଶଂସତା ଦେଖାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଦୁଇଟି ପୃଥକ ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଛି।

ମଞ୍ଚରେ ଜିଅନ୍ତା ଘୁଷୁରିକୁ ଝୁଣି ଖାଇବା ଘଟଣାରେ ପୁଲିସ ପୁରୁଷୋତ୍ତମପୁର ଅଞ୍ଚଳର କଳାକାର ବିମ୍ବାଧର ଗୌଡ଼ଙ୍କୁ ଗିରଫ କରିଥିବାବେଳେ ମଞ୍ଚ ଉପରେ ଜିଅନ୍ତା ସାପ ଖେଳାଇବା ଘଟଣାରେ ବନ ବିଭାଗ ଆୟୋଜକ ତଥା ଚିକିଲି ଗ୍ରାମର ନାରାୟଣ ସ୍ବାଇଁଙ୍କୁ ଗିରଫ କରିଛି। ଗତ ୨୬ ତାରିଖରେ ମଞ୍ଚ ଉପରେ ପରିବେଷଣ ହୋଇଥିବା ରାମାୟଣ ନାଟକରେ ରାକ୍ଷସ ଭୂମିକାରେ ଅଭିନୟ କରୁଥିବା ବିମ୍ବାଧର ଅଭିନୟ କଲା ବେଳେ ବର୍ବରତାର ସୀମା ପାର କରି ଜିଅନ୍ତା ଘୁଷୁରି ଖାଇଥିବା ଭିଡିଓ ଭାଇରାଲ ହୋଇଥିଲା।

- Advertisement -

ଏହି ଘଟଣାରେ ହିଞ୍ଜିଳି ଥାନା ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିବା ହିଞ୍ଜିଳି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories