www.samajalive.in
Saturday, December 6, 2025
23.1 C
Bhubaneswar

ହିଞ୍ଜିଳିରେ ଉତ୍ତେଜନା, ପୁଲିସର ଲାଠି ଚାର୍ଜ, ୧୦ ଅଟକ

ହିଞ୍ଜିଳି କୋଳିଦାସପୁର ଅଂଚଳରେ ଆଜି ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହେବା ଫଳରେ ଉତ୍ତେଜନା ପ୍ରକାଶ ପାଇଛି। ଆନ୍ଦୋଳନକାରୀମାନେ ପୁଲିସ ଉପରକୁ ଢେଲା ପଥର ମାଡ କରିବାରୁ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡିଛି। ଅଂନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ କହିଛନ୍ତି ଯେ ଜନସାଧାରଣ ଆଇନ ହାତକୁ ନିଅନ୍ତୁ ନାହିଁ ଓ ଶାନ୍ତି ବଜାୟ ରଖନ୍ତୁ। ଏହି ଘଟଣାରେ ସ୍ଥାନୀୟ ପୁଲିସ ୧୦ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ କୋଳିଦାସପୁର ଅଂଚଳରେ ବାଲି ଚୋରା ଚାଲାଣ ହେବା ନେଇ ବହୁ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା କିନ୍ତୁ ପୁଲିସ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀ କହିଛନ୍ତି। ତେବେ ଗତ ୨୧ ତାରିଖରେ ରାତି ସମୟରେ ବାଲି ଚୋରା ଚାଲାଣ ହେଉଥିବା ବେଳେ କିଛି ଅଜ୍ଞାତ ବ୍ୟକ୍ତି ବାଲି ଚାଲାଣ କରୁଥିବା କେତେକ ଗାଡିକୁ ପୋଡି ଦେଇଥିଲେ। ଏ ନେଇ ପୁଲିସ ସନ୍ଦେହରେ ସେହି ଗ୍ରାମର କିଛି ଲୋକଙ୍କୁ ଗିରଫ କରିବା ପରେ ଆଜି ସକାଳେ ସେମାନଙ୍କୁ ମୁକ୍ତ କରିବା ଦାବିରେ ଗ୍ରାମବାସୀମାନେ ଧାରଣା ଦେବା ସହ ଘଟଣାର ସମାଧାନ ନ ହେବା ଯାଏଁ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି କହିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।

- Advertisement -

ପରେ ପୁଲିସ ଓ ଧାରଣାରତ ଲୋକମାନେ ମୁହାଁମୁହିଁ ହେବା ପରେ ପୁଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରାଯିବାରୁ ଲୋକମାନେ ପୁଲିସ ଉପରକୁ ଟେକା ପଥର ମାଡ କରିଥିଲେ। ଇତିମଧ୍ୟରେ ପୁଲିସ ବିକ୍ଷୋଭକାରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ଅଟକ ରଖିଥିବା ବେଳେ ଆହୁରି ଅଧିକ ଲୋକଙ୍କୁ ଗିରଫ କରିବା ସମ୍ଭାବନା ରହିଛି।

ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ ସମ୍ପୃକ୍ତ ବାଲି ଚାଲାଣ ସ୍ଥାନକୁ ତହସିଲଦାରଙ୍କୁ ପଠାଯାଇଛି ଓ ତଦନ୍ତ ରିପୋର୍ଟ ଆସିଲେ ପଦକ୍ଷେପ ଗ୍ରହଣ କରାଯିବ। ପୁଲିସ ହୁଅନ୍ତୁ କି ସାଧାରଣ ଲୋକେ ଯେକେହି ବି ଏହି ଘଟଣାରେ ସମ୍ପୃକ୍ତ ଥିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories