www.samajalive.in
Sunday, December 7, 2025
26.1 C
Bhubaneswar

ଖାଇକୁ ବସ୍‍ ଖସି ୨୫ ଯାତ୍ରୀ ମୃତ, ୩୫ ଆହତ

କୁଲୁ : ହିମାଚଳପ୍ରଦେଶ କୁଲୁର ବଂଜାର ଅଞ୍ଚଳରେ ଗୁରୁବାର ଅପରାହ୍ଣରେ ଏକ ଘରୋଇ ଯାତ୍ରୀବାହୀ ବସ୍‍ ଏକ ଗଭୀର ଖାଇକୁ ଖସିପଡ଼ିବାରୁ ଅନ୍ୟୁନ୍‍ ୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ୩୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ସୂଚନା ଅନୁସାରେ ଦୁର୍ଘଟଣାବେଳେ ବସରେ ୫୦ ଜଣ ଯାତ୍ରୀ ଥିଲେ। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁସାରେ ବସଟି ବଂଜାରରୁ ଗଡ଼ଗୁଶାନି ଅଭିମୁଖେ ଯାଉଥିଲାବେଳେ ଭାରସାମ୍ୟ ହରାଇ ଖାଇକୁ ଖସିପଡିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।
ପ୍ରକାଶ ଯେ ଏହା ପୂର୍ବରୁ ଅପ୍ରେଲରେ ହିମାଚଳପ୍ରଦେଶର ଚମ୍ବାରେ ଏକ ବସ୍‍ ୨୦୦ ଫୁଟ ଗଭୀର ଖାଇକୁ ଖସିପଡିଥିଲା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories