www.samajalive.in
Sunday, December 14, 2025
17.1 C
Bhubaneswar

ଡାକ୍ତରଙ୍କୁ ଜାମିନ ପରିବର୍ତ୍ତେ ଆତ୍ମସମର୍ପଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସମାଜ ଡିଜିଟାଲ ଡେସ୍କ: ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ମାମଲାରେ ଶିଶୁଭବନର ଜଣେ ଡାକ୍ତରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ଡାକ୍ତରଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଚିକିତ୍ସା ଅବହେଳା ଭଳି ଅଭିଯୋଗ ରହିଥିବାରୁ ହାଇକୋର୍ଟ ଆଗୁଆ ଜାମିନ ପାଇଁ ମନା କରିଦେଇଛନ୍ତି। ଜାମିନ ପରିବର୍ତ୍ତେ ଡାକ୍ତରଙ୍କୁ ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ମାମଲା ବିବରଣୀରୁ ଜଣାଯାଇଛି ଯେ, ସମ୍ପୃକ୍ତ ଡାକ୍ତର ଏବେ ଶିଶୁଭବନରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ନାଁରେ ଉଦ୍ଦେଶ୍ୟମୂଳକ ଭାବେ ଚିକିତ୍ସାରେ ଅବହେଳା କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ରହିଛି। ଏ ନେଇ ଥାନାରେ ୧୦୬(୧) ଓ ୩୧୮(୪) ବିଏନ୍ଏସରେ ମାମଲା ରୁଜୁ କରିଛି ପୁଲିସ। ଗତ ଜୁନ ମାସରେ ଏକ ଶିଶୁର ଚିକିତ୍ସା ପାଇଁ ଶିଶୁଭବନ ପରିବର୍ତ୍ତେ ଘରୋଇ ହସ୍ପିଟାଲକୁ ଯିବାକୁ କହିଥିଲେ ଡାକ୍ତର। ଘରୋଇ ହସ୍ପିଟାଲରେ ଶିଶୁଟିର ମୃତ୍ୟୁ ପରେ ପରିବାର ସଦସ୍ୟ ଥାନାରେ ଅଭିଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories