ସୋର : ୭ଟି ବଗି ଛାଡ଼ି ପଳାଇ ଗଲା ଇଞ୍ଜିନ। ଏଭଳି ଘଟଣା ଦେଖିବାକୁ ମିଳିଛି ମାର୍କୋଣା ଷ୍ଟେସନରେ। ଆଜି ଦିନ ୧୨ଘଟିକା ସମୟରେ ଭଦ୍ରକରୁ ବାଲେଶ୍ଵର ଅଭିମୁଖେ କୋଇଲା ବୋଝେଇ ଟ୍ରେନ ଡାଉନ ଲାଇନରେ ଯାଉଥିବାବେଳେ ମାର୍କୋଣା ଷ୍ଟେସନ ନିକଟରେ ୭ଟି ବଗି ଛାଡି ପଳାଇ ଯାଇଥିଲା। ଯାହା ଫଳରେ ଲୋକମାନେ ବହୁତ ସମୟ ଧରି ସମସ୍ୟା ଭୋଗି ଥିଲେ। ଅଧଘଣ୍ଟା ପରେ ଇଞ୍ଜିନ ଆସି ୭ଟି ବଗିକୁ ନେଇ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା।
Popular Categories



