କଟକ: ରତ୍ନଭଣ୍ଡାର ଚାବି ହଜିବା ନେଇ କମିଶନ ରିପୋର୍ଟ ସାର୍ବଜନୀନ ମାମଲା। ବୁଧବାର ଏସମ୍ପର୍କରେ ହାଇକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ବେଳେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ନିର୍ଦ୍ଦେଶ ପରେ ଆସନ୍ତା ୨ରୁ ୩ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଅନୁମତି ମାଗିଛନ୍ତି ରାଜ୍ୟ ସରକାର। ୨ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।



