www.samajalive.in
Tuesday, December 9, 2025
26.1 C
Bhubaneswar

ହାଇକୋର୍ଟଙ୍କ ନିର୍ଦେଶକୁ ପ୍ରଶାସନ ଗୁରୁତ୍ୱ ଦେଉନଥିବା ଅଭିଯୋଗ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଅନ୍ତର୍ଗତ ସିମୋର ପଂଚାୟତରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ସରକାରୀ ନୀତି ନିୟମଅନୁସାରେ କରାନଯାଇ ସରପଞ୍ଚଙ୍କ ଇଚ୍ଛା ଅନୁସାରେ କରାଯାଉଥିବାର ବେଗୁନିଆ ବିଡିଓଙ୍କ ଠାରୁ ଆରମ୍ଭ କରି ଗ୍ରାମର କିଛି ଲୋକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରାଜନୈତିକ ଚାପ ଯୋଗୁଁ ପ୍ରଶାସନ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବା ଯୋଗୁଁ ଶେଷରେ ଜନସାଧାରଣ ହାଇକୋର୍ଟର ଆଶ୍ରୟ ନେଇଛନ୍ତି । ସମ୍ପୃକ୍ତ ପଂଚାୟତର ଗୋଚର ଜାଗାରେ କଲ୍ୟାଣ ମଣ୍ଡପ ପ୍ରଧାନମନ୍ତ୍ରୀ ଆବାସ, ବିଜୁପକ୍କା ଘର, ଖତ ଗାଡ, ସରସ୍ୱତୀ ପାଠାଗାର ଏବଂ ଡ଼ମ୍ପିୟାର୍ଡ ଇତ୍ୟାଦି ନିର୍ମାଣ କରାଯାଉଛି । ଗ୍ରାମବାସୀ ଏ ସମ୍ପର୍କରେ ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ବାରମ୍ବାର ଜଣାଇ ଆସୁଛନ୍ତି । ସେମାନେ ସେଥିରେ କର୍ଣ୍ଣପାତ ନକରିବା ଯୋଗୁଁ ଲୋକମାନେ ହାଇକୋର୍ଟରେ ମୋକଦ୍ଦମା ରୁଜୁ କରି ନ୍ୟାୟ ପାଇବା ପାଇଁ ଚାହିଁ ବସିଛନ୍ତି । ହାଇକୋର୍ଟ ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ଘଟଣା ଗୁଡିକର ତଦନ୍ତକରି ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ  ବେଆଇନ କାର୍ଯ୍ୟ ଉପରେ ନିରପେକ୍ଷ ତଦନ୍ତ ହୋଇପାରିଲା ନାହିଁ । ପ୍ରଶାସନ ଠାରୁ ପ୍ରୋତ୍ସାହନ ପାଇ ସରପଞ୍ଚ ଏବଂ ତାଙ୍କର ଲୋକମାନେ ଏଭଳି ବେଆଇନ କାର୍ଯ୍ୟ ନିର୍ବିଘ୍ନରେ କରିଚାଲିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ପଂଚାୟତର ମାଗୁଣି ପ୍ରଧାନ ,ଗୌରଚରଣ ପ୍ରହରାଜଙ୍କ ସମେତ ଜଣେ ପୂର୍ବତନ ସରପଞ୍ଚ ଏବଂ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସମ୍ପୃକ୍ତ ପଂଚାୟତର ସରପଞ୍ଚ ବହୁ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପରେ ଜଡିତ ଥିବା ଦର୍ଶାଇ ହାଇକୋର୍ଟରେ ଡବ୍ଲୁ.ପି(ସି)ନଂ୧୨୯୮୨ /୧୮ଏବଂ୧୮୬୮୪/୧୮ ଦୁଇଟି ମୋକଦ୍ଦମା ରୁଜୁ ହେବା ପରେ କୋର୍ଟ ଜିଲ୍ଲାପାଳଙ୍କୁ ଉକ୍ତ କେଶ ଗୁଡିକର ବିଚାର କରିବା ପାଇଁ ନିର୍ଦେଶ ଦେଇଥିଲେ । କିନ୍ତୁ କୋର୍ଟରେ ମୋକଦ୍ଦମା ବିଚାରାଧୀନ ଥିବାବେଳେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଳା ପ୍ରଶାସନ ପର୍ଯ୍ୟନ୍ତ ହାଇକୋର୍ଟଙ୍କ ନିର୍ଦେଶ ଉପରେ କୌଣସି ଅଙ୍କୁଶ ନଲଗାଇବା ଯୋଗୁଁ ସରପଞ୍ଚ ଏବଂ ତାଙ୍କର ଲୋକମାନେ ବେଆଇନ ଭାବେ ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ କରିଚାଲିଛନ୍ତି। ପ୍ରଶାସନ ଦୁର୍ନୀତିକୁ ରୋକିବା ବଦଳରେ ପ୍ରୋତ୍ସାହନ ଦେଉଥିବା ଯୋଗୁଁ ସିମୋର ପଂଚାୟତର ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହା ବ୍ୟତୀତ ଗ୍ରାମରେ ଥିବା ଗୋଚର ଜମିକୁ କିଛି ଗ୍ରାମବାସୀ ଏବଂ କିଛି ବାହାର ଲୋକ ମାଡି ବସି ଜବରଦଖଲ କରି୬ଏକର ଜାଗାକୁ କବ୍ଜା କରିଛନ୍ତି । ସର୍ବସାଧାରଣ ଗୋଚର ଜାଗାରେ ନିର୍ମିତ କଲ୍ୟାଣମଣ୍ଡପ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ କାର୍ୟ୍ୟ ବନ୍ଦ ରହିଛି । ରାଜନୈତିକ ଚାପରେ ତାର ପୁନଃନିର୍ମାଣ କରିବା ପାଇଁ ଯୋଜନା କରାଯାଉଛି । କୋର୍ଟ ନିର୍ଦେଶ ବଳରେ ଜିଲ୍ଲାପାଳ ଏପିଡି(ରୁରାଲ ହକ୍ଷଉସିଂ)ଙ୍କୁ ଘଟଣାର ତଦନ୍ତ କରିବା ପାଇଁ ଦାୟିତ୍ୱ ଦେଇଥିବାବେଳେ ଏପିଡି ଘଟଣାସ୍ଥଳକୁ ଆସି ଅଭିଯୋଗକାରୀଙ୍କୁ ନ ଡାକି ପଂଚାୟତରେ କାର୍ଯ୍ୟରତ ଦଳୀୟକର୍ମୀଙ୍କୁ ସାଙ୍ଗରେ ନେଇ ଅଧାପନ୍ତରିଆ ଭାବେ ତଦନ୍ତ କରି ଫେରିଯାଇଛନ୍ତି । କୋର୍ଟରେ କେଶ ଚାଲିଥିବାବେଳେ ସମ୍ପୃକ୍ତ ପଂଚାୟତରେ ଚାଲିଥିବା ବେଆଇନ କାର୍ଯ୍ୟ ସମ୍ପର୍କରେ ବିଜେପି ନେତା ଗୌରମୋହନ ପ୍ରହରାଜ ବେଗୁନିଆ ବିଡିଓଙ୍କୁ ଚଳିତ ମାସ ୧୧ତାରିଖ ଦିନ ପୁନଶ୍ଚ ଲିଖିତ ଆକାରରେ ଅଭିଯୋଗ କରିଥିଲେ ମଧ୍ୟ ସେ କାମ ବନ୍ଦ କରି ପାରିବେ ନାହିଁ ବୋଲି ତାଙ୍କୁ କହିବା ପରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି ।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories