୧୦୦ କୋଟି ଟଙ୍କାର ହେରୋଇନ ଜବତ, ୪ ଗିରଫ

0

କଠୁଆ : ଜାମ୍ମୁ କାଶ୍ମୀର ନିଶା ନିୟନ୍ତ୍ରଣ ବ୍ୟୁରୋ (ଏନ୍‍ସିବି) ମଙ୍ଗଳବାର ଏକ ବଡ଼ ଧରଣଣ ନିଶା ଚୋରା ଚାଲଣ ର‍୍ୟାକେଟ୍‍ର ପର୍ଦ୍ଦାଫାସ କରିଛି। ଏନ୍‍ସିବିର ଏକ ଦଳ ଜାମ୍ମୁର କଠୁଆରୁ ୨୨ କେଜି ହେରୋଇନ, ୧୭ ଲକ୍ଷ ନଗଦ ଟଙ୍କା ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ପଞ୍ଜାବର ହାଣ୍ଡୱାରାଠାରୁ ଏହି ହେରୋଇନ ଅଣାଯାଇଥିଲା ବୋଲି ଜଣାପଡିଛି। ଗିରଫଙ୍କ ମଧ୍ୟରେ ୩ ଜଣ କାଶ୍ମୀର ଯୁବକ ଓ ଜଣେ ପଞ୍ଜାବ ଜଳନ୍ଧର ଯୁବକ ଅଛନ୍ତି। ପୁଲିସ୍‍ କହିବା ଅନୁସାରେ ଜବତ ହେରୋଇନ ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କା ହେବ। ପଞ୍ଜାବରୁ ହେରୋଇନ ଚାଲଣ ହେବା ଅର୍ଥ ସେଠାରେ ଏବେ ବି ନିଶା କାରବାର ସକ୍ରିୟ ରହିଛି। ଏହା ପଞ୍ଜାବ ସରକାର ଏବଂ ପୁଲିସ୍‍ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା ପୂର୍ବରୁ ଜାମ୍ମୁ କାଶ୍ମୀର ପୁଲିସ୍‍ ୧୧ କେଜିର ହେରୋଇନ୍‍ ଜବତ କରିଥିଲା।

Leave A Reply