www.samajalive.in
Monday, December 15, 2025
15.1 C
Bhubaneswar

ହିରୋ ଆଣୁଛି ଇଲେକ୍ଟ୍ରିକ୍ ଡର୍ଟ ବାଇକ୍, ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ : ହିରୋ ମୋଟୋକର୍ପ ଡର୍ଟ ବାଇକ୍ ପାଇଁ ଏକ ନୂଆ ଡିଜାଇନ୍ ପେଟେଣ୍ଟ କରାଇଛି । ତେବେ ଏହା ଇଲେକ୍ଟ୍ରିକ୍ ଡର୍ଟ ବାଇକ୍ ଭଳି ନଜର ଆସୁଛି । ପୂର୍ବରୁ ହିରୋ ପାଖରେ କାର୍ଲିଫୋର୍ଣ୍ଣିଆ ସ୍ଥିତ ଇଲେକ୍ଟ୍ରିକ୍ ଦୁଇଚକିଆ ନିର୍ମାତା ଜିରୋ ମୋଟରସାଇକେଲରେ ଇକ୍ବିଟି ରହିଛି । ଭାରତୀୟ ବଜାରରେ ହିରୋ ମୋଟୋକର୍ପ ଏହି ଇଲେକ୍ଟ୍ରିକ୍ ବାଇକକୁ ଆଣିବାକୁ ଯୋଜନା ରଖିଥିବା ଅନୁମାନ କରାଯାଉଛି ।

ଏହି ବାଇକରେ ବ୍ୟାଟେରୀ ଆଗପଟେ ରହିଥିବା ଅନୁମାନ କରାଯାଉଛି । ଏହା ଚେନ୍ ଡ୍ରାଇଭ୍ ବିଶିଷ୍ଟ ବାଇକ୍ ଏବଂ ମୋନୋଶକ୍ ସସପେନ୍ସନ ଏଥିରେ ଦୂର ଯାତ୍ରାକୁ ଆରାମଦାୟକ କରିବ । ଏଥିରେ ଫ୍ରଣ୍ଟ ଏବଂ ରିୟରରେ ଡିସ୍କବ୍ରେକ୍ ମିଳିବ । ଏହି ଡିଜାଇନରେ ପେଟେଣ୍ଟ ଏବେ ହୋଇଛି ଏବଂ ହିରୋ ଏନେଇ କୌଣସି ସୂଚନା ଦେଇନି । ତେବେ ଭାରତରେ ଇଲେକ୍ଟ୍ରିକ୍ ଡର୍ଟ ବାଇକ୍ ଲୋକପ୍ରିୟ ହେବା ପାଇଁ କିଛି ସମୟ ଲାଗିପାରେ । ହିରୋ ଆଗାମୀ ଦିନରେ କିଛି ନୂଆ ମଡେଲ୍ ମଧ୍ୟ ବଜାରକୁ ଆଣିପାରେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories