ବିକ୍ରି ହ୍ରାସ ସତ୍ତ୍ବେ ଆଗରେ ହିରୋ ମୋଟୋକର୍ପ

ନୂଆଦିଲ୍ଲୀ : ଭାରତୀୟ ଗ୍ରାହକ ହିରୋ ବାଇକକୁ ଅଧିକ ପସନ୍ଦ କରନ୍ତି । ପୁଣି ଥରେ ଫେବୃୟାରୀ ୨୦୨୫ରେ ହିରୋ ଦୁଇଚକିଆ ଯାନକୁ ୩ ଲକ୍ଷରୁ ଅଧିକ ନୂଆ ଗ୍ରାହକ ମିଳିଛନ୍ତି । କହିରଖୁଛୁ ଗତ ମାସରେ ହିରୋ ମୋଟୋକର୍ପ ସମୁଦାୟ ୩,୫୭,୨୯୬ ୟୁନିଟ୍ ଦୁଇଚକିଆ ଯାନ ବିକ୍ରି କରିଥିଲା । ତେବେ ଏହି ସମୟରେ ହିରୋର ବିକ୍ରିରେ ବାର୍ଷିକ ଆଧାରରେ ୧୯.୭୬ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ଯଦିଓ ଠିକ୍ ବର୍ଷେ ପୂର୍ବରୁ ଫେବୃୟାରୀ ୨୦୨୪ରେ ଏହି ସଂଖ୍ୟା ୪,୪୫,୨୫୭ ୟୁନିଟ୍ ଥିଲା ।

ଗତ ମାସରେ ହିରୋ ମୋଟରସାଇକେଲକୁ ସମୁଦାୟ ୩,୫୨,୩୧୨ ନୂଆ ଗ୍ରାହକ ମିଳିଛନ୍ତି । ତେବେ ଏହି ସମୟରେ ବାର୍ଷିକ ଆଧାରରେ ବିକ୍ରିରେ ୧୯.୩୭ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ୨୦୨୪ରେ ହିରୋ ୧୩.୫୮ ପ୍ରତିଶତ ବାର୍ଷିକ ବୃଦ୍ଧି ସହିତ ସମୁଦାୟ ୩୫,୭୫୬ ୟୁନିଟ୍ ସ୍କୁଟର ବିକ୍ରି କରିଥିଲା। ଅନ୍ୟପଟେ ହିରୋ ମୋଟୋକର୍ପ ରପ୍ତାନୀରେ ଦମଦାର ପ୍ରଦର୍ଶନ କରିଛି । ଗତ ମାସରେ ହିରୋ ମୋଟୋକର୍ପ ୩୨.୬୯ ପ୍ରତିଶତ ବୃଦ୍ଧି ସହିତ ସମୁଦାୟ ୩୦,୭୨୨ ୟୁନିଟ୍ ଦୁଇଚକିଆନ ଯାନ ରପ୍ତାନୀ କହିଛି । ଠିକ୍ ବର୍ଷେ ପୂର୍ବରୁ ଏହି ସଂଖ୍ୟା ୨୩,୧୫୩ ଥିଲା ।

Comments are closed.