www.samajalive.in
Monday, December 8, 2025
14.1 C
Bhubaneswar

ପାଖେଇ ଆସୁଛି ଶେଷ ତାରିଖ; ଶୀଘ୍ର ଅପଡେଟ୍‌ କରନ୍ତୁ ନିଜ ଆଧାର, ନଚେତ୍‌..

ସମାଜ ଡିଜିଟାଲ ଡେସ୍କ: ଆଧାର କାର୍ଡ଼କୁ ମାଗଣାରେ ଅପଡେଟ୍‌ କରିବାର ଶେଷ ତାରିଖ ପାଖେଇ ଆସୁଛି। ଗତ ଡିସେମ୍ବର ମାସରେ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ(ୟୁଆଇଡିଏଆଇ) ଆଧାରକୁ ମାଗଣା ଅପଡେଟ୍ ପାଇଁ ସମୟସୀମା ବୃଦ୍ଧି କରିଥିଲା। ସମୟସୀମା ବୃଦ୍ଧି ପରେ ମାର୍ଚ୍ଚ ୧୪, ୨୦୨୪ ହେଉଛି ମାଗଣାରେ ଅପଡେଟ୍‌ କରିବାର ଶେଷ ତାରିଖ। ତେବେ ବର୍ତ୍ତମାନ ଲୋକେ କେବଳ myAadhaar ପୋର୍ଟାଲରେ ମାଗଣାରେ ସେମାନଙ୍କର ଆଧାର କାର୍ଡ ଅପଡେଟ୍ କରିପାରିବେ। ଯଦି ଆପଣ ଏହାକୁ ଅଫଲାଇନରେ ଅପଡେଟ୍ କରନ୍ତି, ତେବେ ଆପଣଙ୍କୁ ୫୦ ଟଙ୍କା ଫିସ୍‌ ଦେବାକୁ ପଡ଼ିବ।

ଆଧାର କାର୍ଡଧାରୀମାନେ ମାର୍ଚ୍ଚ ୧୪ ସୁଦ୍ଧା ମାଗଣାରେ ୟୁଆଇଡିଏଆଇର ୱେବସାଇଟ୍‌ରୁ ଆଧାର କାର୍ଡରେ ସେମାନଙ୍କର ନାମ, ଠିକଣା, ଫଟୋ ଏବଂ ଅନ୍ୟାନ୍ୟ ପରିବର୍ତ୍ତନ କରିପାରିବେ। ଅପରପକ୍ଷେ, ଯଦି ଆପଣ କମନ ସର୍ଭିସ ସେଣ୍ଟର(ସିଏସ୍‌ସି)କୁ ଯାଆନ୍ତି, ତେବେ ଆପଣଙ୍କ ଆଧାର କାର୍ଡର ବିବରଣୀ ଅପଡେଟ୍ କରିବା ପାଇଁ ଆପଣଙ୍କଠାରୁ ୫୦ ଟଙ୍କା ଫିସ୍‌ ଆଦାୟ କରାଯିବ।

- Advertisement -

ଆଧାରକୁ ଅନଲାଇନ୍‌ କେମିତି ଅପଡେଟ୍‌ କରିବେ ?

ମାଗଣାରେ ନିଜ ଆଧାର କାର୍ଡ ବିବରଣୀ ଅପଡେଟ୍ କରିବାକୁ ଏହି ସହଜ ପଦକ୍ଷେପଗୁଡ଼ିକ ଅନୁସରଣ କରନ୍ତୁ:

– ଆଧାର ନମ୍ବର ଜରିଆରେ https://myaadhaar.uidai.gov.in/ରେ ଲଗ୍‌ ଇନ୍‌ କରନ୍ତୁ।

– ‘proceed to update address’ ଅପ୍ସନ ଉପରେ କ୍ଲିକ୍‌ କରନ୍ତୁ।

– ଏହାପରେ ନିଜ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପଠାଯାଇଥିବା ୱନ୍‌-ଟାଇମ୍‌ ପାସୱାର୍ଡ(ଓଟିପି) ଦିଅନ୍ତୁ।

– ପରବର୍ତ୍ତୀ ସମୟରେ ‘ଡକ୍ୟୁମେଣ୍ଟ୍ ଅପଡେଟ୍’ ଚୟନ କରନ୍ତୁ ଏବଂ ଏଠାରେ ଆପଣଙ୍କ ଠିକଣାର ବିବରଣୀ ଦେଖାଯିବ।

– ଏହି ବିବରଣୀଗୁଡ଼ିକ ଯାଞ୍ଚ କରନ୍ତୁ ଏବଂ ପରବର୍ତ୍ତୀ ହାଇପର ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

– ଡ୍ରପଡାଉନ୍ ତାଲିକାରୁ ଆଇଡେଣ୍ଟିଟି ପ୍ରୁଫ୍‌ ଏବଂ ଆଡ୍ରେସ୍‌ ପ୍ରୁଫ୍ ଡକ୍ୟୁମେଣ୍ଟ୍ ଚୟନ କରନ୍ତୁ ଏବଂ ଠିକଣା ଅପଲୋଡ୍ କରନ୍ତୁ।

– ଏହାପରେ ‘submit’ ଅପ୍ସନ ଉପରେ କ୍ଲିକ୍‌ କରନ୍ତୁ ଏବଂ ଡକ୍ୟୁମେଣ୍ଟ ଅପଲୋଡ୍‌ କରନ୍ତୁ।

– ଶେଷରେ ୧୪ ଅଙ୍କ ବିଶିଷ୍ଟ ଅପଡେଟ୍‌ ରିକ୍ଵେଷ୍ଟ ନମ୍ବର(ୟୁଆରଏନ) ସୃଷ୍ଟି ହେବା ପରେ, ଅପଡେଟ୍‌ ରିକ୍ଵେଷ୍ଟ ସ୍ବୀକାର କରାଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories