କଣ୍ଟାବାଞ୍ଜି : ଗତ କିଛି ଦିନ ହେବ ଲଗାଣ ବର୍ଷାରେ ତୁରେକେଲା ବ୍ଲକ ଚଟୁଅନକା ପଂଚାୟତ ଅନ୍ତର୍ଗତ ବେହେରେନସିଲେଟ ଗାଁର ବୃଦ୍ଧ ବଡ ନାଗ ( ୫୦)ଙ୍କ ଘର ଭାଙ୍ଗି ଯାଇଥିଲା । ଅସହାୟ ଅବସ୍ଥାରେ ବୃଦ୍ଧ ତାଙ୍କ ସ୍ତ୍ରୀ ଏବଂ ଦୁଇ ପୁଅକୁ ନେଇ ସେହି ଭଙ୍ଗା ଘରରେ ରହୁଥିଲେ । ଏହି ଖବର ବେହେରେନସିଲେଟ ଅମ୍ବେଦକର ଯୁବକ ସଂଘ ଜାଣିବା ପରେ ଏହି କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝିଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ତହସିଲଦାର ତୁରନ୍ତ ବୃଦ୍ଧ ବଡ ନାଗଙ୍କୁ ପଲିଥିନ ଦେଇଥିଲେ । ବୃଦ୍ଧ ବଡ ନାଗଙ୍କ ପରିବାର ମାଟି କୁଡିଆରେ ରହୁଥିବା ବେଳେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ତାଙ୍କୁ ପକ୍କା ଘର ଦେବାକୁ ଯୁବକ ଅମ୍ବେଦକର ସଂଘ ସଭାପତି ରୋହନ ମହତ, ସଂପାଦକ ମନୋଜ ତାଣ୍ଡି ସହ ଅନ୍ୟ ସଦସ୍ୟ ମାନେ ଦାବି କରିଛନ୍ତି ।
Popular Categories



