www.samajalive.in
Saturday, December 6, 2025
15.1 C
Bhubaneswar

ଆସିଲା ଏସି ହେଲମେଟ୍: ଗରମରୁ ଦେବ ମୁକ୍ତି, ଜାଣନ୍ତୁ କେତେ ରହିଛି ଦାମ୍….

ନୂଆଦିଲ୍ଲୀ: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଗରମ ଆଉ ଗୁଳୁଗୁଳି ପୁରା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଖରାଦିନେ ବାଇକ୍ ଚଲାଇ ଦୂର ସ୍ଥାନକୁ ଯାତ୍ରା କରିବା ସତରେ ବହୁ କଷ୍ଟଦାୟକ ହୋଇଥାଏ। ଆଉ ତା ସାଙ୍ଗକୁ ହେଲମେଟ୍ ପିନ୍ଧି ଯାତ୍ରା କରିବା ସମସ୍ୟାକୁ ଆହୁରି ଦ୍ଵିଗୁଣିତ କରେ। ଆମେ ଆଜି ଆପଣ ମାନଙ୍କୁ ଏପରି ଏକ ଉପକରଣ ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କ ହେଲମେଟକୁ ଏକ ନୂଆ ଉପକରଣରେ ପରିଣତ କରିବ। ଆସନ୍ତୁ ଜାଣିବା ଏ ସମ୍ପର୍କରେ ସବିଶେଷ ତଥ୍ୟ। ବ୍ଲୁଆମୋର ନାମକ ଏକ କମ୍ପାନୀ ହେଲମେଟ ପାଇଁ କୁଲର ତିଆରି କରେ। ଏହା ଏପରି ଏକ ଅନନ୍ୟ ଊତ୍ପାଦ , ଯାହା ସାଧାରଣତଃ ବଜାରରେ ଉପଲବ୍ଧ ହୋଇନଥାଏ। କମ୍ପାନୀ ବର୍ତ୍ତମାନ ୩ ପ୍ରକାର କୁଲର ବ୍ଲୁ ସ୍ନାପ୍-୨, ବ୍ଲୁ୩  ଏ-୧୦ , ଏବଂ ବ୍ଲୁ ଇ-୨୦ ଅଫର କରୁଛି। ବ୍ରାଣ୍ଡ ଦାବି କରିଛି ଯେ ସମସ୍ତ ୩ଟି ଉତ୍ପାଦ ହେଲମେଟର ତାପମାତ୍ରାକୁ ୧୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ କରିପାରିବ। ବ୍ଲୁ ସ୍ନାପ୍-୨ ହେଲମେଟର ଓଜନ ୨୫୦ ଗ୍ରାମ୍ ରହିଥିବାବେଳେ ଏହାର ଦାମ୍ ୧୨୯୯ ଟଙ୍କା ରହିଛି। ବ୍ଲୁ୩  ଏ-୧୦ ର ମୂଲ୍ୟ ୨୨୯୯ ଟଙ୍କା ଥିବାବେଳେ ଏହା ହେଲମେଟର ତାପମାତ୍ରାକୁ ୧୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ କରିପାରେ। ଏଥିରେ ଆପଣ ଟୁ ଏକ୍ସ ଏୟାର ଫ୍ଲୋ ସହ ୩ଟି ଫ୍ଲାନ୍ ସ୍ପିଡ୍ କଣ୍ଟ୍ରାଲ ପାଇପାରିବେ । ସେହିପରି ବ୍ଲୁ ଇ-୨୦ରେ ଆପଣ ଟୁ ଏକ୍ସ ଏୟାର ଫ୍ଲୋ , ଥ୍ରୀ ସ୍ପିଡ୍ ଫ୍ୟାନ୍ କଣ୍ଟୋଲ ସହ କନେକ୍ଯିଭିଟି ଫିଚର ପାଇପାରିବେ । ଏହା ସାହାଯ୍ୟରେ ଆପଣ ମ୍ୟୁଜିକ , କଲ ନେଭିଗେସନ୍ ଏବଂ ହ୍ବାଟସ୍ ଆପ୍ କନେକ୍ଟ କରିପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories