www.samajalive.in
Friday, December 5, 2025
23.1 C
Bhubaneswar

ପୌରାଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

ଫୁଲବାଣୀ: ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସ୍ଥଗିତାଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ସୂଚନାଯୋଗ୍ୟ, ମଙ୍ଗଳବାର ଅନାସ୍ଥା ଉପରେ ମତଦାନ ହେବାର ଥିଲା। ଏ ନେଇ ଜିଲାପାଳ ନୋଟିସ ଜାରୀ କରିଥିଲେ। ତେବେ ହାଇକୋର୍ଟଙ୍କ ଆଦେଶ ପରେ ଆସନ୍ତା ମାସ ୧୫ ତାରିଖ ପର୍ଯ୍ୟନ୍ତ ଏହା ସ୍ଥଗିତ ରହିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ(ନିର୍ବାଚନ) ରମେଶ ଚନ୍ଦ୍ର ଜେନା।

ସୂଚନା ଅନୁସାରେ, ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ବିରୋଧରେ ଅନାସ୍ଥା ପାଇଁ ମ୍ୟୁନିସିପାଲିଟିର ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ୧୧ ଜଣ ଅନାସ୍ଥା ପାଇଁ ଆବେଦନ କରିଥିଲେ। ଆବେଦନର ଅନୁଧ୍ୟାନ କରି ଜିଲାପାଳ ପୌର ପରିଷଦ ଆଇନର ଧାରା ୫୪(୨) ଅନୁସାରେ ଆସନ୍ତା ୨୩ ତାରିଖ ଦିନ ଏହା ଉପରେ ଆଲୋଚନା ଏବଂ ଆବଶ୍ୟକ ସ୍ଥଳେ ମତଦାନ ପାଇଁ ଚିଠି ନଂ ୬୭୪/୧୫-୪-୨୪ କ୍ରମେ ନୋଟିସ ଜାରୀ କରିଥିଲେ। ପୌରାଧ୍ୟକ୍ଷା ଏହି ନୋଟିସ ବିରୋଧରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ସୋମବାର ଶୁଣାଣି କରି ସ୍ଥଗିତାଦେଶ ଦେଇଛନ୍ତି। ସ୍ମିତାରାଣୀ ଗତ ପୌର ନିର୍ବାଚନରେ ବିଜେପି ପକ୍ଷରୁ ନିର୍ବାଚନ ଲଢି ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ଗତ କିଛି ଦିନ ଧରି ତାଙ୍କ ବିରୋଧରେ କାଉନସିଲରମାନଙ୍କ ଅସନ୍ତୋଷ କୁହୁଳୁଥିବାବେଳେ ନିୟମ ଅନୁସାରେ ଦୁଇ ବର୍ଷ ପୂର୍ତ୍ତି ହେବା ପରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି।

- Advertisement -

ସୂଚନାଯୋଗ୍ୟ, ଏବେ ୧୩ ଜଣିଆ କାଉନସିଲରେ ବିଜେଡିର ୭ ଜଣ କାଉନସିଲର ଥିବାବେଳେ ବିଜେପିର ୪ ଓ ଦୁଇ ଜଣ ସ୍ବାଧୀନ କାଉନସିଲର ଅଛନ୍ତି। ନିଜେ ପୌରାଧ୍ୟକ୍ଷା ବିଜେପି ଦଳର ହୋଇଥିବାବେଳେ ଅନାସ୍ଥା ଆଣିଥିବା ୧୧ ଜଣଙ୍କ ମଧ୍ୟରେ ୨ ଜଣ ବିଜେପି କାଉନସିଲର ସାମିଲ ଅଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories