www.samajalive.in
Saturday, December 6, 2025
17.1 C
Bhubaneswar

ନିଷିଦ୍ଧାଞ୍ଚଳରେ ବାରମ୍ବାର ଉଡ଼ୁଛି ହେଲିକପ୍ଟର

ଅନୁଗୋଳ: ମହାନଦୀର ଗଣ୍ଡ ଉପରେ ଶନିବାର ଦିନ ପ୍ରାୟ ୧୧ଟାରେ ପୁଣି ଏକ ହେଲିକପ୍ଟର ଉଡ଼ୁଥିବାର ଦୃଶ୍ୟ ସାତକୋଶିଆ ବନ୍ୟପ୍ରାଣୀ ବିଭାଗ ଜାଣିବାକୁ ପାଇଛି। ଶନିବାର ଆଠମଲ୍ଲିକରୁ ମହାନଦୀ ଉପରେ ସାତକୋଶିଆର ଜିଲିଣ୍ଡା ହୋଇ ଆଠଗଡ଼ ଡିଭିଜନର ବାଲିପୁଟ ଆଡେ ପ୍ରାୟ ୭୦/୮୦ ଫୁଟ ଉଚ୍ଚ ଗଣ୍ଡ ଉପର ଦେଇ ଏହି ହେଲିକପ୍ଟର ଉଡ଼ିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଦେଖିବାକୁ ପାଇଥିଲେ। ସାତକୋଶିଆ ଗଣ୍ଡ ଉପରେ ତିନିଶହ ଫୁଟ ତଳକୁ ଉଡ଼ାଣ ନିଷେଧ ଥିବା ବେଳେ ନୋ ଫ୍ଲାଇଂ ଜୋନରେ କିପରି ବାରମ୍ବାର ହେଲିକପ୍ଟର ଉଡ଼ୁଛି ତାହା ପ୍ରଶ୍ନବାଚୀ ହୋଇଛି। କିଏ ଓ କାହିଁକି ହେଲିକପ୍ଟର ଉଡ଼ାଉଛି ସ୍ପଷ୍ଟ ହୋଇପାରୁ ନାହିଁ। ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏହା ଉପରେ ବନବିଭାଗ ଅଙ୍କୁଶ ଲଗାଇ ପାରୁ ନାହିଁ।

ସାତକୋଶିଆ ଏବଂ ମହାନଦୀ ଉଭୟ ବନଖଣ୍ଡର ଦାୟିତ୍ୱ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଏ କାହିଁକି ଏ ରାସ୍ତାରେ ହେଲିକପ୍ଟର ଉଡ଼ାଣ କରୁଛି ତାର କୌଣସି ସନ୍ଧାନ ମିଳିପାରୁ ନାହିଁ। ପୂର୍ବରୁ ଯେଉଁ ହେଲିକପ୍ଟର ଉଡ଼ାଣ କରିଥିଲା ସେ ବିଷୟ ନେଇ ଉଭୟ ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ହୋଇଥିଲା। ତେବେ ସେମାନଙ୍କ ପାଖରେ କୌଣସି ସୂଚନା ନଥିବା କହିବା ପରେ ଅନୁସନ୍ଧାନ ସେତିକିରେ ରହିଗଲା। ପୁଣି ଶନିବାର ଘଟଣାର ପୁନରାବୃତ୍ତି ଘଟିଛି। ସାତକୋଶିଆ ବନଖଣ୍ଡ ଅଧିକାରୀ ଗଦାଧର ପାତ୍ରଙ୍କୁ ଯୋଗାଯୋଗ କରିବାରୁ ହେଲିକପ୍ଟର ଉଡ଼ାଣ କରିଥିବା ସ୍ବୀକାର କରିଥିଲେ। ତେବେ କିଏ କରୁଛି ତାହା ଜଣାପଡ଼ୁ ନାହିଁ ବୋଲି ସେ କହିଥିଲେ। ଏ ବାବଦରେ ଏୟାରପୋର୍ଟ ଅଥୋରିଟିକୁ ଖୁବ୍ ଶୀଘ୍ର ଚିଠି ଲେଖାଯାଇ ପୁନର୍ବାର ଅନୁସନ୍ଧାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories