www.samajalive.in
Monday, December 15, 2025
14.1 C
Bhubaneswar

ବାୟୁସେନାର ହେଲିକାପ୍ଟର ଦୁର୍ଘଟଣା ଗ୍ରସ୍ତ, ୬ ଆହତ

ନୂଆଦିଲ୍ଲୀ: ବାୟୁସେନାର ଏକ କାର୍ଗୋ ହେଲିକାପ୍ଟର କେଦାର ନାଥ ମନ୍ଦିର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କେଦାନନାଥ ମନ୍ଦିର ନିକଟରେ ଥିବା ହେଲିପ୍ୟାଡରେ ଏହି ଏମ୍‌ଆଇ-୧୭ ହେଲିକାପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି  । ହେଲିପ୍ୟାଡ ନିକଟରେ ଥିବା ଏକ ଲୁହା ବାଡ ସହ ଏହା ଧକ୍କା ହେବାରୁ ଦୁର୍ଘଟଣା  ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।

ମନ୍ଦିର ନିକଟରେ ଏହି ହେଲିକାପ୍ଟରଟି ଅବତରଣ କରୁଥିବା ବେଳେ ଲୁହା ବାଡ ସହ ମାଡ ହୋଇଥିଲା । ଫଳରେ ହେଲିକାପ୍ଟର ଓଲଟି ପଡିଥିଲା । ଏଥିରେ ଥିବା ୬ ଜଣ ଆହତ ହୋଇଛନ୍ତି । ପୁଲିସ ଓ ସେନା ପକ୍ଷରୁ ତୁରନ୍ତ ଘେରା କରାଯାଇ ଆହତମାନଙ୍କୁ ଉଦ୍ଧାର କରାଯାଇଥିଲା । ଗତ ବର୍ଷ ଅରୁଣାଚଳ ପ୍ରଦେଶରେ ଏକ ଏମ୍‌ଆଇ-୧୭ ହେଲିକାପ୍ଟର ଦୁର୍ଘଟଣା ଗ୍ରସ୍ତ ହେବାରୁ  ୭ ଜଣଙ୍କର ମୃତ୍ୟୁ ହୋଇଥିଲା ।.

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories