ଗୋଇଠି ଫଟାର ମୁକ୍ତି ପାଇବାର ସହଜ ଘରୋଇ ଉପାୟ !

0

ମହିଳା ମାନଙ୍କର ଗୋଇଠି ଫଟା ଏକ ମୁଖ୍ୟ ସମସ୍ୟା ଅଟେ। ଶାରୀରିକ ଓଜନ ଅଧିକ ହେଲେ, ଖାଲି ପାଦରେ ଚାଲିଲେ, ଦୀର୍ଘ ସମୟ ଠିଆ ହୋଇ କାମ କରିବା ହେତୁ ମଧ୍ୟ ଗୋଇଠି ଫାଟି ଥାଏ। ଏଥିରୁ ମୁକ୍ତି ପାଇବାରୁ ସଭିଏଁ ବହୁତ ପ୍ରକାରର କ୍ରିମ ଓ ବିଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି। ମାତ୍ର କିଛି ଘରୋଇ ଉପାୟ ଦ୍ୱାରା ଆମେ ଏଥିରୁ ମୁକ୍ତି ପାଇପାରିବା।
ଏଥିରୁ ମୁକ୍ତି ପାଇଁ ନିୟମିତ ପାଦରେ ନଡ଼ିଆ ତେଲ ଲଗାଇବା ଉଚିତ।
ରାତିରେ ପାଦକୁ ଭଲ ଭାବେ ଧୋଇ ଗୋଲାପ ଜଳ ଓ ଗ୍ଲିସରିନକୁ ସମାନ ଭାବେ ମିଶାଇ ପାଦରେ ଲଗାଇ ରଖନ୍ତୁ। ୧୫ ରୁ ୨୦ ମିନିଟ ରଖିବା ପରେ ଉଷୁମ ପାଣିରେ ଲୁଣ ପକାଇ ପାଦକୁ କିଛି ସମୟ ବୁଡ଼ାଇ ରଖନ୍ତୁ। ଏଭଳି କରିବା ଦ୍ୱାରା ଗୋଇଠି ଫଟାରୁ ମୁକ୍ତି ମିଳିଥାଏ।
କଦଳୀକୁ ଚକଟି ତାହାକୁ ଫଟା ସ୍ଥାନରେ ଲଗାଇ କିଛି ସମୟ ରଖନ୍ତୁ। ଏହା ପରେ ଉଷୁମ ପାଣିରେ ଧୋଇ କିଛି ସମୟ ପରେ ଥଣ୍ଡା ପାଣିରେ ଧୁଅନ୍ତୁ।
୨ କପ ପାଣିରେ ଅଲିଭ୍‍ ଅଏଲ ଓ ଲେମ୍ବୁ ରସ ପକାଇ ସେଥିରେ ପାଦ ବୁଡ଼ାଇ ରଖନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହି ସବୁ ଉପାୟ ଦ୍ୱାରା ଗୋଇଠି ଫଟା ସମସ୍ୟାରୁ ମୁକ୍ତି ପାଇପାରିବେ।

kalyan agarbati
Leave A Reply