ଗନ୍ଦିଆରେ ସର୍ବାଧିକ ବର୍ଷା: ଅସ୍ତବ୍ୟସ୍ତ ଜନଜୀବନ
ଢେଙ୍କାନାଳ: ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ଲାଗି ରହିଛି। ଗତ ୨୪ଘଣ୍ଟାରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗନ୍ଦିଆରେ ୭୨.୨ମିଲିମିଟର ବର୍ଷା ରେକର୍ଡ ହୋଇଛି। ଭୁବନରେ ୭୨ମିମି, ଆଠମଲ୍ଲିକରେ ୬୮ମିମି, କନ୍ଧମାଳରେ ୬୬.୨ମିମି ବର୍ଷା ରେକର୍ଡ ହୋଇଛି। ମଙ୍ଗଳବାର ଠାରୁ ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଛି।
Comments are closed.