www.samajalive.in
Saturday, December 6, 2025
15.1 C
Bhubaneswar

ଭୋଟ ବର୍ଜନରୁ ନିବୃତ ରହିବାକୁ ପରାମର୍ଶ ଦେଲେ ନେତା; ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତି

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ବୁଢ଼ାଗୁଡା ଗ୍ରାମ ପଞ୍ଚାୟତର ଦୁଇ ନମ୍ବର ୱାର୍ଡ ଆଦିବାସୀ ବହୁଳ ଗାଁ ସ୍ଵାଧୀନତାର ବହୁବର୍ଷ ବିତି ଯାଇଥିଲେ ମଧ୍ୟ ମାଣ୍ଡେମହା ଗାଁକୁ ରାସ୍ତା ନାହିଁ । ସ୍ଥାନୀୟ ବିଧାୟକ ପାଖକୁ ଧାଇଁ ଧାଇଁ ଲିଖିତ ଆକାରରେ ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଭୋଟ ବେଳେ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଭୋଟ ନିଅନ୍ତି । ଭୋଟ ସରିଲେ ସେମାନଙ୍କ ଦେଖା ମିଳେନି। ତେଣୁ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ କରିବାକୁ ଏକ ପ୍ରକାର ନିଷ୍ପତି ନେଇଥିବା ଉକ୍ତ ଦୁର୍ଗମ ଅଞ୍ଚଳରେ ପହଞ୍ଚିଥିଲେ ଜାଗ୍ରତ କନ୍ଧମାଳ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ବେହେରା ଓ ଉପସଭାପତି ପ୍ରେମାନନ୍ଦ ମାଝୀ । ଗ୍ରାମର ହୋଇଥିବା ଏକ ବୈଠକର ନିଷ୍ପତି ପ୍ରକାରେ ପୂର୍ବତନ ୱାର୍ଡ଼ ମେମ୍ବର ଗଣ୍ଡ ପ୍ରଧାନ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଦରଖାସ୍ତ ପ୍ରଦାନ କରିଥିଲେ ଗ୍ରାମରେ ପହଞ୍ଚିଥିବା ଜାଗ୍ରତ କନ୍ଧମାଳର ପ୍ରତିନିଧିଙ୍କୁ। ଦାବି ପତ୍ରରେ ଦୁଇ ଗୋଟି ନାଳ ଦୁଇଟି ଛୋଟ ପାହାଡ଼ ଅତିକ୍ରମ କରି ଯିବାକୁ ପଡିଥାଏ ଗ୍ରାମକୁ । ରାସ୍ତାଠାରୁ ଗୋଟିଏ କିଲୋମିଟର ଦୂରତା ଏହି ଗାଁ। ପିଲାମାନେ ସ୍କୁଲକୁ ଯିବାକୁ ଅସୁବିଧା ଗର୍ଭବତୀମାନଙ୍କ କଥା କହିଲେ ନସରେ । ଦୁଇ କିମି ଖଟିଆରେ ବୁହା ହୋଇ ଆସିଲେ ତଳସାହି ଡଗମହା ଗ୍ରାମକୁ ସେଠି ସାମାନ୍ୟ ଉପଚାର। ଅଙ୍ଗନବାଡି ଓ ସ୍କୁଲକୁ ରାସ୍ତା ନଥିବାରୁ ଛୋଟ ପିଲା ଆସୁନାହାନ୍ତି। ଏଣୁ ତଳସାହି ଡଗମହା ଗ୍ରାମଠାରୁ ମାଣ୍ଡେମାହା ଗ୍ରାମକୁ ରାସ୍ତା ନିର୍ମାଣ କରିବାକୁ ଦାବୀ କରି ଆସୁଥିଲେ। ଦାବି ପୂରଣ ନହେବାରୁ ଭୋଟ ବର୍ଜନ କରିବାକୁ ପ୍ରସ୍ତୁତ ହୋଇଥିଲେ ଗ୍ରାମବାସୀ । ଏହି ଅବସରରେ ଜାଗ୍ରତ କନ୍ଧମାଳ ଓଡ଼ିଶାର ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ବେହେରା ସେମାନଙ୍କୁ କଥା ଦେଇ ଭୋଟ ବର୍ଜନ ନକରିବାକୁ ପରାମର୍ଶ ଦେଇଥିଲେ । ଏବଂ ନିର୍ବାଚନ ପରେ ଜିଲ୍ଲପାଳଙ୍କ ଦୃଷ୍ଟିକୁ ନେଇ ତଳସାହି ଡଗମାହାଠାରୁ ମାଣ୍ଡେମାହା ଏବଂ ତଳ ସାହି ଡଗମାହା ଠାରୁ ଉପର ଡଗମାହାକୁ ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନା ବେଳେ ଗ୍ରାମର ଜାକବ ପ୍ରଧାନ, କିରଣ ପ୍ରଧାନ, ଜୋଶେଫ ପ୍ରଧାନ, ରଜନୀ ପ୍ରଧାନ, ଗାଦି ପ୍ରଧାନ, ଶିବନ୍ତି ପ୍ରଧାନ, ଉପଜୀନି ପ୍ରଧାନ, ଶାନ୍ତି ଲତା ପ୍ରଧାନ, ଉତ୍ତମ ପ୍ରଧାନ, ଟମକା ପ୍ରଧାନ, ରେଜୁ ପ୍ରଧାନ, ମଦନ ପ୍ରଧାନ, ସୁନୀଲ ପ୍ରଧାନ, ରାଜୀବ ପ୍ରଧାନ, କନିତ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories