www.samajalive.in
Friday, December 5, 2025
17.1 C
Bhubaneswar

ଲଘୁଚାପ ବର୍ଷାରେ ବେହାଲ ମାଲକାନଗିରି; ବୁଡିଗଲା କନ୍ୟାଶ୍ରମ ବ୍ରିଜ

କାଲିମେଳା: ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ପାଇଁ ମାଲକାନଗିରି ଜିଲାରେ ଗତକାଲି ରାତିରୁ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ କାଲିମେଳାରୁ ପଡିଆ ମଧ୍ୟରେ ଯୋଗାଯୋଗ କରୁଥବା କନ୍ୟାଶ୍ରମ ପୋଲ ବୁଡ଼ିଯାଇଛି । ଆଜି ସକାଳ ୯ ଟା ସୁଦ୍ଧା ପୋଲ ଉପରେ ପାଖାପାଖି ୨ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଫଳରେ ଜିଲା ପ୍ରଶାସନ ପକ୍ଷରୁ ଯାତାୟାତକୁ ବନ୍ଦ କରାଯାଇଛି। ଜିଲାରେ ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ କନ୍ୟାଶ୍ରମ ପୋଲ ଉପରେ ଆଜି ସକାଳୁ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା। ବ୍ରିଜ ଉପରେ ପାଣି ପ୍ରବାହିତ ହେଉଥିବାରୁ ଉଭୟ ପଟରେ ଗାଡି ମୋଟର ଅଟକି ରହିଛି । ଫଳରେ ଲୋକମାନେ ନାହିଁନଥିବାରୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଥିସହ ଶିକ୍ଷୟିତ୍ରୀମାନେ ମଧ୍ୟ ବିଭିନ୍ନ ବିଦ୍ୟାଳୟକୁ ଯାଇପାରୁ ନଥିବା ଦେଖିବାକୁ ମିଳିଛି । ଧୀରେ ଧୀରେ ପାଣି ସ୍ତର ବୃଦ୍ଧି ପାଉଥିବା ବେଳେ ଏବେ ବି ଲଗାଣ ବର୍ଷା ଲାଗି ରହିଛି ଫଳରେ ପଡିଆ ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇଛି ଏପରି ବର୍ଷା ଲାଗି ରହିଲେ ମାଲାକାନଗିରିରୁ ମୋଟୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି ୯୦, ଏମଭି ୯୬ ଠାରେ ଥିବା ତଳିଆ ବ୍ରିଜ ଗୁଡିକ ବୁଡି ଯିବାର ସମ୍ଭାବନା ରହିଛି । ଲଗାଣ ବର୍ଷାରେ ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଏଥିସହ କନ୍ୟାଶ୍ରମ ନଦୀ କୁଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories