www.samajalive.in
Saturday, December 6, 2025
16.1 C
Bhubaneswar

ମଣିପୁରରେ ଆଉ ୬ମାସ ରାଷ୍ଟ୍ରପତି ଶାସନ

ସମାଜ ଡିଜିଟାଲ ଡେସ୍କ: ଅଶାନ୍ତ ରହିଛି ମଣିପୁର । ମଣିପୁରରେ ଆଉ ୬ମାସ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ ହେବ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଆଗତ ପ୍ରସ୍ତାବ ଉପରେ ସଂସଦର ମୋହର ବାଜିଛି । ମୋହର ବାଜିବା ପରେ ମଣିପୁରରେ ରାଷ୍ଟ୍ରପତି ଶାସନର ଅବଧି ଆଉ ଛଅ ମାସ ବୃଦ୍ଧି କରାଯାଇଛି । ଫେବ୍ରୁଆରୀ ୧୩ରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ମଣିପୁରରେ ବିଜେପି ସରକାର ଶାସନକୁ ଆସିବା ପରେ ଅଶାନ୍ତ ହୋଇପଡିଥିଲା । ଫଳରେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ଇସ୍ତଫା ପରେ ବିଧାନସଭାକୁ ଭଙ୍ଗ କରିଥିଲେ କେନ୍ଦ୍ର ସରକାର । ଚଳିତ ବର୍ଷ ଫେବ୍ରୁଆରୀ ମାସରେ ରାଜ୍ୟ ବିଧାନସଭାକୁ ଭାଙ୍ଗି ଦେଇଥିଲେ କନ୍ଦ୍ରେ ସରକାର । ଦେଶରେ ଗୋଟିଏ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ସଂସଦର ଅନୁମତି ଜରୁରୀ ହୋଇଥିବାରୁ ଏହି ପ୍ରସ୍ତାବକୁ ଆଗତ କରାଯାଇଥିଲା । ଏହାସହିତ ପ୍ରତି ୬ମାସରେ କେନ୍ଦ୍ର ସରକାର ସଂସଦର ଅନୁମତି ନେବା ନିଆତି ଜରୁରୀ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories