www.samajalive.in
Saturday, December 6, 2025
15.1 C
Bhubaneswar

ଅସହାୟ ଅବସ୍ଥାରେ ବାପ-ମାଆ ଛେଉଣ୍ଡ ପାଞ୍ଚ ଶିଶୁ, ସହାୟତାର ହାତ ବଢ଼ାଇଲା ଲାଞ୍ଜିଗଡ଼ ପ୍ରେସ କ୍ଳବ

ଲାଞ୍ଜିଗଡ: ଲାଞ୍ଜିଗଡ଼ ପଞ୍ଚାୟତର ଆଦିବାସୀବହୁଳ ବାନୀ ଗାଁ। ଏହି ଗାଁରେ ନାବାଳିକା ସୁମିତ୍ରା ମାଝୀ, ତାଙ୍କର ସାନ ଭଉଣୀ ସୁଶ୍ରୀତା, ସାନ ଭାଇ କୁମର, ଶ୍ରୀକାନ୍ତ ଓ ଅଜିତ ବାସ କରନ୍ତି। ଭଙ୍ଗା ଦଦରା ଏକ ମାଟିଘରେ ଜାକିଜୁକି ହୋଇ ରହୁଛନ୍ତି ତିନି ନାବାଳକ ଭାଇ ଓ ଦୁଇ ଭଉଣୀ। ଯେଉଁ ଘରେ ଦିନବେଳେ ସୂର୍ଯ୍ୟ ଓ ରାତିରେ ଦେଖାଯାଉଛି ଜହ୍ନ। ଗତ ସାତବର୍ଷ ତଳେ ତାଙ୍କ ବାପା ସୀତା ମାଝୀଙ୍କ ମୃତ୍ୟୁ ଘଟିଥିବାବେଳେ ଗତ ତିନି ବର୍ଷ ହେଲା ତାଙ୍କ ମାଆ ମୁକ୍ତେ ମାଝୀଙ୍କ ମୃତ୍ୟୁ ଘଟିଛି। ସେଇଦିନଠୁ ସୁମିତ୍ରା କୁଲିମଜୁରୀ କରି ଚାରିଭାଇ ଭଉଣୀଙ୍କ ମୁହଁରେ ଆହାର ଦେଉଛନ୍ତି । ସେମାନଙ୍କ ସାହାରା କହିଲେ କେବଳ ଗୋଟିଏ ଅନ୍ତୋଦୟ ଖାଉଟି କାର୍ଡ। ଯେଉଁ କାର୍ଡରେ ୩୫ କିଗ୍ରା ଚାଉଳ ମିଳେ। ତେବେ ସରକାରଙ୍କ ମୌଳିକ ଶିକ୍ଷା ଅଧିକାର ଥିଲେ ହେଁ ସୁମିତ୍ରା ସହିତ ଅନ୍ୟ ଚାରିଜଣଙ୍କ ଭାଗ୍ୟରେ ଶିକ୍ଷା ନାହିଁ। ନାମକୁ ମାତ୍ର ସ୍କୁଲରେ ନାଁ ରହିଛି ତେବେ କୁଲିମଜୁରୀ କରି ସେମାନେ ପେଟ ପୋଷୁଛନ୍ତି। ଅପରପକ୍ଷରେ ସରକାରଙ୍କ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଲାଞ୍ଜିଗଡ଼ ବ୍ଲକର ଆଦିବାସୀ ପରିବାରଙ୍କୁ ଘର ଯୋଗାଇଦେବାର ବ୍ୟବସ୍ଥା ରହିଥିଲେ ହେଁ ପରିବାରରେ କେହି ସାବାଳକ ନଥିବାରୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ମିଳିପାରୁନି। ଏ ସମ୍ପର୍କରେ ଖବର ପାଇଁ ଲାଞ୍ଜିଗଡ଼ ପ୍ରେସ କ୍ଳବର ସମସ୍ତ କର୍ମକର୍ତ୍ତା ବାନୀଗାଁ ଯିବା ସହିତ ଏହି ଅସହାୟ ପରିବାରକୁ କିଛି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି। ସେହିପରି ଏହି ନାବାଳିକାଙ୍କ ପରିବାରର ଦୁର୍ଦ୍ଦଶା ସମ୍ପର୍କରେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କୁ ଭେଟି ଆଲୋଚନା କରିବା ସହିତ ପାଞ୍ଚଜଣ ଅନାଥ ଭାଇ ଭଉଣୀଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି। ଲାଞ୍ଜିଗଡ଼ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଏମ. ଚନ୍ଦ୍ରଶେଖର, ଉପଦେଷ୍ଟା କୈଳାସ ସାହୁ, ଉପସଭାପତି କ୍ଷମାନିଧି ମହାଖୁଡ଼, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ ରମେଶ ଚନ୍ଦ୍ର ନାୟକ, ଧର୍ମେନ୍ଦ୍ର ପଣ୍ଡା, ପ୍ରଭୁରଞ୍ଜନ ସାମଲ, ଦିଲୀପ ନାଏକ ପ୍ରମୁଖ ବାନୀଗାଁ ଗସ୍ତ କରିବା ସହିତ ରିଲିଫ ସାମଗ୍ରୀ ପ୍ରଦାନ କରିବା ପରେ ବିଶ୍ୱନାଥପୁର ଯାଇ ବିଡିଓ ଶ୍ରୀ ପାତ୍ରଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories