www.samajalive.in
Saturday, December 6, 2025
16.1 C
Bhubaneswar

୩.୫ ଲକ୍ଷ ଟଙ୍କା କମ୍‌ରେ କିଣନ୍ତୁ ନୂଆ କାର୍, ଜାଣନ୍ତୁ କେଉଁଠି ମିଳୁଛି ଏତେ ବଡ଼ ରିହାତି

ଡେସ୍କ: ଯଦି ଆପଣ ଆପଣଙ୍କ ପୁରୁଣା କାର ବଦଳାଇବାକୁ ଚାହୁଁଛନ୍ତି ଏବଂ ଏକ ନୂଆ କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଫେବୃଆରୀ ମାସ ଆପଣଙ୍କ ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଏହି ମାସରେ ଅନେକ କାର ଉପରେ ଆକର୍ଷଣୀୟ ଅଫର ମିଳୁଛି। ସିଟ୍ରୋଏନ ଇଣ୍ଡିଆ ମଧ୍ୟ ଏହି ମାସରେ ଏହାର ICE ରେଞ୍ଜ୍ ଉପରେ ଅଫର୍ ଏବଂ ବଡ଼ ଧରଣର ରିହାତି ପ୍ରଦାନ କରୁଛି। ୨୦୨୩ ଷ୍ଟକ୍‌ର ତାଲିକା ଶେଷ କରିବାକୁ କମ୍ପାନୀ ବିପୁଳ ରିହାତି ପ୍ରଦାନ କରୁଛି। ଏହାର ଲାଭ ଉଠାଇ ଆପଣ C3 ହ୍ୟାଚ୍‌ବ୍ୟାକ୍‌, C3 ଏୟାରକ୍ରାସ କିମ୍ବା C5 ଏୟାରକ୍ରସକୁ ବହୁତ କମ୍‌ ଟଙ୍କାରେ କିଣି ପାରିବେ।

ସିଟ୍ରୋଏନ C3କୁ ଆପଣ ୧.୯ ଲକ୍ଷ ଟଙ୍କା କମ୍‌ରେ କିଣିପାରିବେ। ଏହି କାରର ମୂଲ୍ୟ ୧୦ ଲକ୍ଷରୁ ୧୪.୨୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆସିଥାଏ। ଏହି ଅଫର କେବଳ ସୀମିତ ୨୦୨୩ ଷ୍ଟକ୍‌ ପାଇଁ ଉପଲବ୍ଧ।

- Advertisement -

ଯଦି ଆପଣ ଏହି ମାସରେ ୨୦୨୩ ଷ୍ଟକ୍‌ର ସାଇଟ୍ରୋନ୍ C3 ମଡେଲ୍ କିଣୁଛନ୍ତି, ତେବେ ଆପଣ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହି କାରର ମୂଲ୍ୟ ୬.୧୬ ଲକ୍ଷରୁ ୯.୦୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

ସିଟ୍ରୋଏନ୍‌ C5ର ବିକ୍ରି ମନ୍ଥର ଗତିରେ ହୋଇଥାଏ। ଏପ୍ରିଲ୍‌-ଡିସେମ୍ବର ୨୦୨୩ରେ ଏହାର କେବଳ ୫୫ ୟୁନିଟ୍‌ ହିଁ ବିକ୍ରି ହୋଇଥିଲା। ଏହି କାରଣରୁ ଚଳିତ ମାସ କମ୍ପାନୀ ଏହା ଉପରେ ୩.୫ ଲକ୍ଷ ଟଙ୍କାର ବଡ଼ ରିହାରି ଦେଉଛି। ଏହି କାରର ମୂଲ୍ୟ ୩୬.୯୧ ଲକ୍ଷରୁ ଆରମ୍ଭ କରି ୩୭.୬୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

 

 

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories