www.samajalive.in
Saturday, December 6, 2025
26.1 C
Bhubaneswar

କଂଗ୍ରେସରୁ ଇସ୍ତଫା ଦେଲେ ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ

ବରଗଡ : କଂଗ୍ରେସରୁ ଇସ୍ତଫା ଦେଲେ ନିହାର ମହାନନ୍ଦ । କଂଗ୍ରେସର ପୂର୍ବତନ ବରଗଡ ଜିଲା ସଭାପତି ତଥା ଅତାବିରାର ପୂର୍ବତନ ବିଧାୟକ ରହିସାରିଥିବା ନିହାର ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ସେ ନିଜ ଇସ୍ତଫା ପତ୍ର ଦେଇଛନ୍ତି । କହିରଖୁଛୁ ଗୋଟିଏ ଦିନ ପୂର୍ବରୁ ଦଳ ତାଙ୍କୁ ଜିଲା ସଭାପତି ପଦରୁ ହଟାଇଥିଲା  । ତେବେ ଦଳରେ ରହି ସେ ଲୋକଙ୍କ ସେବା କରିପାରୁନାହାଁନ୍ତି ବୋଲି କହି ସେ ଦଳ ଛାଡିଛନ୍ତି । ତେବେ ତାଙ୍କୁ ସଭାପତି ପଦରୁ ହଟାଇବା ପରେ ସେ ଏମିତି ପଦକ୍ଷେପ ନେଇଥିବା ଅନୁମାନ କରାଯିବା ସହ ଆଗକୁ ସେ ବିଜେପିରେ ମିଶିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories