www.samajalive.in
Saturday, December 6, 2025
26.1 C
Bhubaneswar

ବଗଡରୁ ବିଭିନ୍ନ କିସମର ଫସଲ ଅମଳ, ନୂଆଖିଆ ପର୍ବ ଧୁମ୍ ଧାମରେ  ପାଳନ

ପାତ୍ରପୁର: ପାତ୍ରପୁର  ବ୍ଳକ ର ଦୁର୍ଗମ ପାହାଡ଼ ଉପରେ ଏବେ ଆଦିବାସୀ ଅଞ୍ଚଳରେ ବଗଡରୁ ବିଭିନ୍ନ କିସମର ଫସଲ ଅମଳ ପରେ ନୂଆଖିଆ ପର୍ବ ଧୁମ୍ ଧାମରେ  ପାଳନ କରୁଛନ୍ତି। ଫସଲ ଅମଳ ପରେ ପ୍ରତିବର୍ଷ ଭଳି ବିଭିନ୍ନ ଗ୍ରାମରେ ଏହି ଶସ୍ୟକୁ ଗ୍ରାମରେ ଥିବା ଦେବୀ ପୀଠରେ ପୂଜା ପାଠ କରି ନୂଆଖାଇ ପାଳନ କରନ୍ତି। ଏଥିପାଇଁ ପ୍ରତି ଗ୍ରାମରେ ଦିନ ସ୍ଥିର କରି ପାଳିରେ ପାଳନ କରିବା ସହିତ ନିଜ ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କରି ଥାନ୍ତି। ଏବେ ବଗଡରୁ କାନ୍ଦୁଲ ଶିମ୍ବ,   ଜନ୍ହ। ,  ସୁଆଁ , ବିରି, କୋଳଥ, କାଙ୍ଗୁ, ପ୍ରଭୃତି ଫସଲ ଅମଳ ହେବା ପରେ  ବୁରାତାଲ ପଞ୍ଚାୟତ ଧୋବାଲିଙ୍ଗି  ଆଙ୍କୁଲି ପଞ୍ଚାୟତ ଗାଇଡ଼ା ଗ୍ରାମରେ ତିନିଦିନ ଧରି ନୂଆଖିଆ ପର୍ବ ପାଳନ  ହୋଇଛି। ଧୋବାଲିଙ୍ଗି  ଗାଁ ଇଷ୍ଟ ଦେବତା ମୁଗା ବିଷୋୟୀ ପୀଠ ଗାଇଡ଼ା ର ଇଷ୍ଟ ଦେବତ ମା ଦଣ୍ଡ ପାତ୍ର ପୀଠ ଏବେ ଚଳ ଚଞ୍ଚଳ ହୋଇ ପଡିଛି।

ପ୍ରାୟ ତିନି ଦିନ ଧରି, ଏହି ନୂଆଖାଇରେ ଏମାନେ କାନ୍ଦୂଲ, ଝଟା, ଆଦି ଅନେକ ନୂଆ ଫଳକୁ ଅନୁକୁଳ ରେ ଖାଇବା ପାଇଁ ସେମାନେ ନୂଆଖାଇ ପର୍ବ ପାଳନ କରନ୍ତି। ନୂଆଖାଇ ପର୍ବ ପାଇ   ଦୂର୍ ଦୁରନ୍ତରରୁ ନିଜର ବନ୍ଧୁ ବାନ୍ଧବ  ଆସି ଖୁସି ମାନୟୁ ଛନ୍ତି।ପ୍ରଥମ ଦିନ ରେ ଗ୍ରାମର ସମସ୍ତ ବୟସ୍କ ବ୍ୟକ୍ତି ଉପବାସ ରହିବା ସହ ରାତ୍ର ଇଷ୍ଟ ଦେବୀଙ୍କ ପୀଠରେ ବଳୀ ଦେବା ପ୍ରଥା ରହିଛି।ଗ୍ରାମର ଜାନି ପୀଠରେ ପୂଜା ଅର୍ଚ୍ଚନା କରିବା ପରେ ପର୍ବ ଆରମ୍ଭ ହେଉଛି।ଆଦିବାସୀ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ବ୍ୟକ୍ତି ନୂଆ ପୋଷାକ ପିନ୍ଧି ପାରମ୍ପରିକ ବାଦ୍ୟ ବାଜଣା ବଜାଇ   ନାଚ ଗୀତରେ ମସଗୁଲ ହୋଇ ଥାଆନ୍ତି। ଗ୍ରାମର ଯୁବତୀ ମହିଳା ମାନେ  ସାମିଲ ହୋଇ ମଜା ନେବା ପରେ ଏକତ୍ର ଖାଇ ଥାନ୍ତି। ପୁରୁଣା ବାଦ୍ୟ ଯନ୍ତ୍ର ବଜାଇ ନାଚଗୀତ କରିବା ଯୋଗୁଁ  ପାହାଡ଼ ଅଞ୍ଚଳ ପ୍ରକମ୍ପିତ ହେଉଥିବା ବେଳେ ଆଖ ପାଖ ଗ୍ରାମର ଲୋକ ପହଞ୍ଚି ମଜା ନେଇ ଥାଆନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories