www.samajalive.in
Friday, December 5, 2025
17.1 C
Bhubaneswar

ସାମାନ୍ୟ ଖସିଲା ପାରଦ, ୩ ଦିନ ପରେ ୪୦ ଟପିବ

ଭୁବନେଶ୍ବର : ଝାରସୁଗୁଡ଼ାରେ ମଙ୍ଗଳବାର ରାଜ୍ୟର ସର୍ବାଧିକ ତାପମାତ୍ରା ୩୯ଡିଗ୍ରୀ ଛୁଇଁଥିବା ବେଳେ ବୁଧବାର ୩୬.୨ ଡିଗ୍ରୀକୁ ଖସି ଆସିଛି। କେବଳ ଝାରସୁଗୁଡ଼ା ସହରରେ ନୁହେଁ, ବରଂ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ଦିନ ତାପମାତ୍ରା ହ୍ରାସ ପାଇଛି। ବୌଦ୍ଧରେ ପାରଦ ୩୮.୮ଡିଗ୍ରୀ ଛୁଇଁଛି। ମାଲକାନଗିରିରେ ୩୭.୫, ଅନୁଗୋଳ ୩୭.୧, ସୁନ୍ଦରଗଡ଼ ୩୬.୪, ବଲାଙ୍ଗିର ୩୬, ପାରଳାଖେମୁଣ୍ଡି ୩୬.୬, ଭୁବନେଶ୍ବର ୩୫ ଏବଂ କଟକରେ ୩୪ ଡିଗ୍ରୀ ରହିଛି। ମାର୍ଚ୍ଚ ପ୍ରଥମ ସପ୍ତାହରୁ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆଗାମୀ ତିନି ଦିନ ପରେ ଅନେକ ଜିଲାରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ଘଟିବା ସମ୍ଭାବନା ରହିଛି। ଫଳସ୍ବରୂପ ରାଜ୍ୟରେ ତାପମାତ୍ରା ୪୧ରୁ ୪୨ଡିଗ୍ରୀ ଟପିବ। ଆଗାମୀ ତିନି ଦିନ ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାପରେ ତାପମାତ୍ରା କ୍ରମଶଃ ୨ରୁ ୩ ଡିଗ୍ରୀ ପାରଦ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ସମୟରେ ଆଗାମୀ ୫ଦିନ ପାଇଁ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories