www.samajalive.in
Saturday, December 6, 2025
16.1 C
Bhubaneswar

ବିଜୁବାବୁଙ୍କ ଅଧୁରା ସ୍ୱପ୍ନକୁ ଆମ ସରକାର ପୂରଣ କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସମୃଦ୍ଧ ଓଡ଼ିଶା ଗଠନ ପାଇଁ ବିଜୁବାବୁ ଅନେକ ସ୍ବପ୍ନ ଦେଖିଥିଲେ ଏବଂ ତାକୁ ପୂରଣ କରିବା ପାଇଁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ରାଜ୍ୟର ଶିଳ୍ପାୟନ, ମହିଳାଙ୍କ ସଶକ୍ତୀକରଣ ଥିଲା ତାଙ୍କର ସ୍ବପ୍ନ। ବିଜୁବାବୁଙ୍କ ସ୍ବପ୍ନ ଓ ଆମ ସରକାରଙ୍କ କାର୍ଯ୍ୟକ୍ରମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଆମ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଛି। ବିଜୁବାବୁ ଓଡ଼ିଶା ପାଇଁ ଯେଉଁସବୁ ସ୍ବପ୍ନ ଦେଖିଥିଲେ, ତାକୁ ଆମ ସରକାର ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଜୟଦେବ ଭବନରେ ଆୟୋଜିତ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଜୁବାବୁ ଶିଳ୍ପ କ୍ଷେତ୍ରକୁ ବହୁତ ପ୍ରାଧାନ୍ୟ ଦେଉଥିଲେ। ସେ ନିଜେ ଅନେକ କାରଖାନା ପ୍ରତିଷ୍ଠା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସବୁଗୁଡ଼ିକୁ ସରକାରଙ୍କୁ ଦେଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୋଧହୁଏ ଏଭଳି ନିଷ୍ପତ୍ତି ନେବାରେ, ସେ ଥିଲେ ବିଶ୍ବର ଏକମାତ୍ର ବ୍ୟକ୍ତିତ୍ବ। ଓଡ଼ିଶାକୁ ଶିଳ୍ପ, ପଞ୍ଚାୟତିରାଜ, ମହିଳା ସଶକ୍ତୀକରଣ କ୍ଷେତ୍ରରେ ତାଙ୍କର ଚିନ୍ତାଧାରା ଥିଲା ଅନନ୍ୟ। ଆଜି ଆମ ସରକାର ବିଜୁବାବୁଙ୍କ ସେହି ପଥକୁ ଅନୁସରଣ କରୁଛି। ତାଙ୍କ ମାର୍ଗରେ ପରିଚାଳିତ ହୋଇ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ବିଜୁବାବୁଙ୍କ ମହିଳା ସଶକ୍ତୀକରଣର ସ୍ବପ୍ନକୁ ସାକାର କରିବାକୁ ଯାଉଛୁ। ଗାଁର ବିକାଶରେ ରାଜ୍ୟର ବିକାଶ-ଏହା ଥିଲା ବିଜୁବାବୁଙ୍କ ମତ। ସେଥିପାଇଁ ସେ ନାରା ଦେଇଥିଲେ, ଗାଁ କୁ କାମ, ମା’କୁ ସମ୍ମାନ। ଯଦି ବିଜୁବାବୁଙ୍କ ଏହି ଉକ୍ତି ଉପରେ ସଠିକ କାମ ହୋଇଥାନ୍ତା, ତେବେ ଆମେ ନିଶ୍ଚିତ ବହୁ ଆଗକୁ ଯାଇପାରିଥାନ୍ତେ ଏବଂ ଗାଁର ଅର୍ଥନୀତି ସୁଦୃଢ଼ ହୋଇପାରିଥାନ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଏ ଘଟଣା ଉପରେ ସରକାର ପଦକ୍ଷେପ ନେଇ ୩ ଜଣଙ୍କୁ ଗିରଫ କରାଯାଇଛି। ବିଜୁବାବୁଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘କଳିଙ୍ଗ ଫୁଟବଲ କପ୍’ ପୁନର୍ବାର ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ବିଜୁବାବୁଙ୍କ ଦ୍ବାରା ପ୍ରତିଷ୍ଠିତ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ ଜାରି ରହିବ ବୋଲି କହିଥିଲେ।
ଏହି ଅବସରରେ ବିଜୁବାବୁଙ୍କ ଜୀବନୀ ସମ୍ପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଓ ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବିଜୁବାବୁଙ୍କ ସହିତ ତାଙ୍କର ବ୍ୟକ୍ତିଗତ ରାଜନୈତିକ ଅନୁଭବ ବର୍ଣ୍ଣନା କରି କହିଥିଲେ ଯେ ବିଜୁବାବୁ ସବୁବେଳେ ତୃଣମୂଳସ୍ତରର ଲୋକଙ୍କ ସେବା କରିବା ଉପରେ ଗୁରୁତ୍ବ ଦେଉଥିଲେ। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଜୁବାବୁଙ୍କ ନୀତି ଓ ଆଦର୍ଶକୁ ଆମେ ସମସ୍ତେ ଅନୁସରଣ କରିବା ଆବଶ୍ୟକ ବୋଲି କହିଥିଲେ। ମୁଖ୍ୟବକ୍ତା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ କହିଲେ ଯେ, ପ୍ରତିକୂଳ ପରିସ୍ଥିତିରେ ଜୀବନର ଅନେକ ଆହ୍ବାନର ସମ୍ମୁଖୀନ ହୋଇ ବିଜୁବାବୁ ନିଜ ପାଇଁ ଓ ରାଜ୍ୟ ପାଇଁ ଅନେକ ଗୌରବ ଆଣିଥିଲେ। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିଜୁବାବୁ ଯେଉଁ ଉଦ୍ୟମ କରିଥିଲେ, ତା’ର ତୁଳନା ନାହିଁ।
ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଓଡ଼ିଶାରେ ମହିଳାଙ୍କୁ ରାଜନୀତିକୁ ଆଣିବାରେ ବିଜୁବାବୁଙ୍କର ଶ୍ରେଷ୍ଠ ଅବଦାନ ରହିଛି ବୋଲି କହିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ ସିଂହ ସ୍ବାଗତ ଭାଷଣ ଦେଇଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories