www.samajalive.in
Saturday, December 6, 2025
15.1 C
Bhubaneswar

୩୬ଂ ଛୁଇଁଲା ପାରଦ: ଆହୁରି ଦୁଇ ଦିନ ଘନ କୁହୁଡି ସତର୍କତା

ଭୁବନେଶ୍ବର : ୨୦୨୪ରେ ତାତି ରେକର୍ଡ ଭାଙ୍ଗିଥିଲା। ଅନୁରୂପ ଭାବେ ୨୦୨୫ରେ ବି ଅସମ୍ଭାଳ ଗ୍ରୀଷ୍ମ ଅନୁଭୂତ ହେବାର ଆଶଙ୍କା ରହିଛି। ଫେବୃଆରୀ ପ୍ରଥମ ସପ୍ତାହ ତାତିକୁ ଦେଖିଲେ ୨୦୨୪କୁ ୨୦୨୫ବର୍ଷ ବଳିଯିବ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ବୁଧବାର ବଲାଙ୍ଗିର ଏବଂ ମାଲକାନଗିରିରେ ଦିନ ତାପମାତ୍ରା ୩୬ଡିଗ୍ରୀ ଛୁଇଁଥିବା ବେଳେ ହୀରାକୁଦ, ସମ୍ବଲପୁର ଏବଂ ଭବାନୀପାଟଣାରେ ୩୫.୫ଡିଗ୍ରୀ, ସୁବର୍ଣ୍ଣପୁର ୩୫.୨, ଅନୁଗୋଳ, ୩୫.୧ ଏବଂ ପାରଳାଖେମୁଣ୍ଡି ୩୫ଡିଗ୍ରୀ ରହିଛି। ଭୁବନେଶ୍ବର ୩୩.୮ ଏବଂ କଟକରେ ୩୧.୮ ଡିଗ୍ରୀ ରହିଛି। ମାଘ ମାସରେ ଶୀତଳ ବଦଳରେ ଅସ୍ବାଭାବିକ ତାତି ଅନୁଭୂତ ହେଉଛି। ବର୍ତ୍ତମାନ କିଛି ସ୍ଥାନରେ ସ୍ବାଭାବିକରୁ ୫ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ଦୁଇ ପର୍ଯ୍ୟନ୍ତ ଘନ କୁହୁଡି ନେଇ କିଛି ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories