ରାଜ୍ୟର ବିଭିନ୍ନ ସ୍ଥାନରେ ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ

କଳାବାଡିଆ: ବାଙ୍ଗରିପୋଷୀ ବ୍ଲକ ପରିସରରେ ବିଧାୟିକା ସଞ୍ଜଳୀ ମୁର୍ମୁ ବୁଧବାର ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବାଙ୍ଗରିପୋଷୀ ବିଡ଼ିଓ ଶିବ ଶଙ୍କର ମୁର୍ମୁ, ତହସିଲଦାର ରଘୁନାଥ ଟୁଡୁ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୀତାଞ୍ଜଳି ହେମ୍ବ୍ରମ, ବିଜେପି ରାଷ୍ଟ୍ରୀୟ ସଦସ୍ୟ ସୁଗୁଦା ମୁର୍ମୁ, ୨୮ନମ୍ବର ଜିଲ୍ଲାପରିଷଦ ରାମଚନ୍ଦ୍ର ମୁର୍ମୁଙ୍କ ସହ ଏସଏଚଜି ଗ୍ରୁପର ମହିଳା ଏବଂ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସମିତି କାର୍ଯ୍ୟାଳୟ ପରିସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିକାଶିତ ଗାଁ ବିକାଶିତ ଓଡିଶା ଯୋଜନାର ଭିଚୁଆଲ ମାଧ୍ୟମରେ ଶୁଭାରମ୍ଭ କରାଯାଇଛି। ଏଥିରେ ସମିତି ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଡ଼ିଓ ମନୀଷା ଦାସ, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ସିଡିପିଓ ମମତା ରାଣୀ ଦାସ ଓ ପଞ୍ଚାୟତ ଜନ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ପି ଆର ସଦସ୍ୟ, ଗ୍ରାମବାସୀ ଓ ଦଳୀୟ ନେତା କର୍ମୀ, ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
ରାଇକିଆ: ରାଇକିଆ ସ୍ଥାନୀୟ ସମିତି କାର୍ଯ୍ୟାଳୟ ପରିସରରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ସମିତି ଉପାଧ୍ୟକ୍ଷା ରିନା ପ୍ରଧାନ, ଏବିଡିଓ ଦିବ୍ୟସିଂହ କହଁର, ଜିଲା ପରିଷଦ ସଭ୍ୟ ସତ୍ୟବାନ୍ ପାତ୍ର, ସରପଞ୍ଚ ଗୀତାଞ୍ଜଳୀ ନାୟକ, ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା, ସରପଞ୍ଚ ଅକ୍ଷୟ ପ୍ରଧାନଙ୍କ ସହ ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ, ଲୋକପ୍ରତିନିଧି, ବ୍ଲକ, ପଞ୍ଚାୟତର ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, ବିଭିନ୍ନ ସ୍ବୟଂ ସହାୟକ ମହିଳା ଗୋଷ୍ଠୀ, ପଞ୍ଚାୟତରୁ ବହୁ ସଂଖ୍ୟକ ଆସିଥିବା ଜନସାଧାରଣ ଯୋଗ ଦେଇ ଥିଲେ।
ଆଠଗଡ଼଼: ରାଜ୍ୟସ୍ତରୀୟ ବିକଶିତ ଗାଁ, ବିକଶିତ ଓଡିଶାର ଲୋକାର୍ପଣ ଉତ୍ସବ ପାଇଁ ଆଠଗଡ଼଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପ୍ରାଙ୍ଗଣରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସରକାରଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ ଯୋଜନାକୁ ଜନସାଧାରଣଙ୍କ ଅବଗତ ନିମନ୍ତେ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଆଠଗଡ଼଼ ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ଥିଲେ। ଏଥିସହିତ ଅନେକ ବୁଦ୍ଧିଜୀବି ଓ ସାଧାରଣ ଜନତା ମଧ୍ୟ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ ସମାପ୍ତ ହେଲା ପରେ କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା। କାର୍ଯ୍ୟକ୍ରମ ରେ ତହସିଲଦାର କ୍ଷେତ୍ର ମୋହନ ସ୍ୱାଇଁ, ମଣ୍ଡଳ ଉନ୍ନୟନ ଅଧିକାରୀ ଆକାଶ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ବାଇଁ, ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକ, ଆଇଆଇସି ଆଠଗଡ଼଼
ଗୋପାଳପୁର: ସାରା ରାଜ୍ୟରେ ଶୁଭାରମ୍ଭ ହୋଇଥିବା ‘ବିକଶିତ ଗାଁ, ବିକଶିତ ଓଡିଶା’ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ରଙ୍ଗେଈଲୁଣ୍ଡା ବ୍ଲକ ପରିସରରେ ରାଜ୍ୟ ବାଣିଜ୍ୟ ପରିବହନ ଓ ଖଣି ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିବା ସହ ସହର ଓ ଗାଁ ଭିତରେ ବିକାଶରେ ଯେଉଁ ପାର୍ଥକ୍ୟ ରହିଥିଲା, ଏହି ଯୋଜନା ତାକୁ ଦୂର କରି ମୌଳିକ ଭିତ୍ତିଭୂମିରେ ସମାନତା ଆଣିବ ବୋଲି ମତପୋଷଣ କରିଥିଲେ। ଯୋଜନା କାର୍ଯ୍ୟକାରୀ ଫଳରେ ବ୍ଲକ ଅଧିନରେ ରହିଥିବା ୩୨ଟି ପଞ୍ଚାୟତ ରେ ବିକାଶର ଗଙ୍ଗା ପ୍ରବାହିତ ହେବ ବୋଲି କହିବା ସହ ପ୍ରତ୍ୟେକ ପଞ୍ଚାୟତ ୧୫ ତାରିଖରେ ବ୍ଲକରେ ପ୍ରକଳ୍ପ ତାଲିକା ଦାଖଲ କରିବେ ବୋଲି କହିଛନ୍ତି।
ଫୁଲବାଣୀ: ଫୁଲବାଣୀସ୍ଥିତ କୋରୋନେସନ୍ ପଡ଼ିଆରେ ଜିଲ୍ଲାସ୍ତରୀୟ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲ୍ଲପାଳ ଅମ୍ରିତ୍ ଋତୁରାଜ୍, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- ନିର୍ବାହୀ ଅଧିକାରୀ ଶମ୍ବୁନାଥ ନନ୍ଦୀ, ଉପ-ଜିଲ୍ଲପାଳ ଚିତ୍ତରଞ୍ଜନ ମହନ୍ତ, ସାଂସଦ ପ୍ରତିନିଧି ରାଜେନ୍ଦ୍ର ମାଝୀ, କନ୍ଧମାଳ, ଫୁଲବାଣୀ ପୌର ପରିଷଦ ସାଂସଦ ପ୍ରତିନିଧି ଜଗନ୍ନାଥ ସାହୁ, ଫୁଲବାଣୀ ବିଧାୟକ ପ୍ରତିନିଧି ରମେଶ ଚନ୍ଦ୍ର ମହାନ୍ତିଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ। ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ବ କାର୍ଯ୍ୟକ୍ରମରେ ସିଧା ପ୍ରସାରଣ ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ପରିଚାଳନା କରିଥିଲେ।
କେନ୍ଦୁଝରଗଡ଼: କେନ୍ଦୁଝର ସଦର ବ୍ଲକ ନରଣପୁର ଖେଳ ପଡ଼ିଆଠାରେ ରାଜ୍ୟ ସରକାରଙ୍କ ଏହି ବହୁ ଆକାଂକ୍ଷିତ ଯୋଜନା ଶୁଭାରମ୍ଭ ହୋଇଯାଇଛି। ଜିଲାସ୍ତରୀୟ ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିକାଶର ଯେଉଁ ଅଧ୍ୟାୟ ଆରମ୍ଭ ହୋଇଛି ସେଥିରେ ଆଉ ଏକ ନୂତନ ଫର୍ଦ୍ଦ ଭାବେ ଗାଁର ସର୍ବାଙ୍ଗୀନ ବିକାଶକୁ ଲକ୍ଷ୍ୟ ରଖାଯାଇ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନା ଯୋଡ଼ି ହେଇଛି ବୋଲି କହିଥିଲେ। ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ବିକାଶ ନିମନ୍ତେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ପ୍ରତିଶ୍ରୁତିବଦ୍ଧତାର ଏହି ଯୋଜନା ଏକ ଜ୍ୱଳନ୍ତ ଉଦାହରଣ ବୋଲି କହିଥିଲେ।
ସମ୍ବଲପୁର: ସମ୍ବଲପୁର ଜିଲା ପ୍ରଶାସନର ଆନୁକୁଲ୍ୟରେ ଧନକଉଡା ବ୍ଲକ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସାଂସଦ ସମ୍ବଲପୁର ଙ୍କ ପ୍ରତିନିଧି ତଥା ପୂର୍ବତନ ବିଧାୟକ ନାଉରୀ ନାଏକ, ଆଇଜି ଉତ୍ତରାଞ୍ଚଳ ରେଞ୍ଜ, ସମ୍ବଲପୁର ହିମାଂଶୁ ଲାଲ, ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ବେଦଭୂଷଣ, ମୁଖ୍ୟ ଜିଲା ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।
Comments are closed.