www.samajalive.in
Saturday, December 6, 2025
23.1 C
Bhubaneswar

ସାଢେ ୧୧ରେ ଝାରସୁଗୁଡାରେ ପାରଦ ୪୧ ଡିଗ୍ରୀ

ଭୁବନେଶ୍ଵର: କିଛି ଦିନର ଆଶ୍ଵସ୍ତି ପରେ ରାଜ୍ୟକୁ ପୁଣି ଫେରିଛି ତାତି। କାଳବୈଶାଖୀ ପ୍ରଭାବରେ ଉପକୂଳ , ଉତ୍ତର ଏବଂ ଦକ୍ଷିଣ ଓଡିଶାରେ ପାରଦ କିଛି ମାତ୍ରାରେ କମିଥିଲା। ପଶ୍ଚିମ ଓଡ଼ିଶାର କେତେକ ସହରରେ ତାପମାତ୍ରା କମିଥିଲେ ବି,  ଅନେକ ଅଞ୍ଚଳରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଆଜି ସାଢେ ୧୧ଟା ଝାରସୁଗୁଡାରେ ୪୧ ଡିଗ୍ରୀ ପାରଦ ରେକର୍ଡ ହୋଇଛି। ହୀରାକୁଦରେ ୩୮.୪, ସମ୍ବଲପୁରରେ ୩୮.୨, ରାଉରକେଲାରେ ୩୮ ଡିଗ୍ରୀ ତାପମାତ୍ରା ରହିଛି।

ପାଣିପାଗ ବିଭାଗର ପୂର୍ବାନୁମାନ, ଆଗକୁ ୪ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ଆସନ୍ତା ୨୪ ଓ ୨୫ତାରିଖ ବେଳକୁ ତାପମାତ୍ରା ୪୫ଡିଗ୍ରୀ ଟପିବା ସମ୍ଭାବନା ରହିଛି। ଉତ୍ତର, ଦକ୍ଷିଣ ଏବଂ ଉପକୂଳରେ ପାରଦ ୪୦ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ଥିବାରୁ ରାଜ୍ୟକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମାଡ଼ି ଆସୁଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories