ସମାଜ ଡିଜିଟାଲ ଡେସ୍କ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ପକ୍ଷରୁ ଖେଳାଳିମାନଙ୍କର ବାର୍ଷିକ ଚୁକ୍ତି ତାଲିକା ଜାରି କରାଯାଇଛି। ବୋର୍ଡ ପକ୍ଷରୁ ଏଥର ୩୪ ଖେଳାଳିଙ୍କ ସହ ଚୁକ୍ତି କରିଛି। ଇଶାନ କିଷନ ଏବଂ ଶ୍ରେୟସ ଆୟାରଙ୍କୁ ତାଲିକାରେ ସାମିଲ କରାଯାଇଛି। ଗତ ବର୍ଷ ଏହି ଦୁଇ ଖେଳାଳିଙ୍କୁ ଚୁକ୍ତି ତାଲିକାରୁ ବାହାର କରି ଦିଆଯାଇଥିଲା। ଶ୍ରେୟସ ଆୟାରଙ୍କୁ ଗ୍ରେଡ-ବି ଏବଂ ଇଶାନ କିଷନଙ୍କୁ ଗ୍ରେଡ-ସି’ କାଟାଗୋରିରେ ସାମିଲ କରାଯାଇଛି। ଅଭିଷେକ ଶର୍ମା, ହର୍ଶିତ ରାଣା, ଆକାଶ ଦୀପ, ବରୁଣ ଚକ୍ରବର୍ତ୍ତୀ ଏବଂ ନିତିଶ ରେଡ୍ଡୀଙ୍କୁ ବି ଏଥର ଚୁକ୍ତି ମିଳିଛି। ଶାର୍ଦ୍ଦୁଳ ଠାକୁର, ଜିତେଶ ଶର୍ମା, କେ.ଏସ. ଭରତ, ଆଭେଶ ଖାନ ଏବଂ ଆର. ଅଶ୍ଵିନୀଙ୍କୁ ଚୁକ୍ତିରୁ ବାହାର କରିଦିଆଯାଇଛି।
ଚୁକ୍ତି ତାଲିକାର ‘ଏ+’ କାଟାଗୋରିରେ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା ରହିଛନ୍ତି। ସେହିପରି ଗ୍ରେଡ ‘ଏ’ରେ ମହମ୍ମଦ ସିରାଜ, କେ.ଏଲ. ରାହୁଲ, ଶୁବମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି, ରୁଷଭ ପନ୍ତ ଅଛନ୍ତି। ଗ୍ରେଡ ‘ବି’ରେ ସୂର୍ଯ୍ୟକୁମାର ଯାଦବ, କୁଳଦୀପ ଯାଦବ, ଅକ୍ଷର ପଟେଳ, ଯଶଶ୍ଵୀ ଜୟସଓ୍ବାଲ, ଶ୍ରେୟସ ଆୟାର ଅଛନ୍ତି।
🚨 𝗡𝗘𝗪𝗦 🚨
BCCI announces annual player retainership 2024-25 – Team India (Senior Men)#TeamIndia
Details 🔽https://t.co/lMjl2Ici3P pic.twitter.com/CsJHaLSeho
— BCCI (@BCCI) April 21, 2025



