www.samajalive.in
Tuesday, December 9, 2025
16.1 C
Bhubaneswar

ରାଜ୍ୟବ୍ୟାପୀ ଅଗ୍ନିବର୍ଷା : ସମ୍ବଲପୁରରେ ତାପମାତ୍ରା ୪୬.୧ଡିଗ୍ରୀ

ଭୁବନେଶ୍ବର : ସାରା ରାଜ୍ୟରେ ଅଗ୍ନିବର୍ଷା  । ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି। ଦିନରେ ଆକାଶରୁ ନିଆଁ ଝୁଲ ଖସୁଥିବାବେଳେ ରାତିରେ ଗୁଳୁଗୁଳି ଜନଜୀବନକୁ ଅତିଷ୍ଠ କରିପକାଉଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ପହଞ୍ଚିବାକୁ ଯେତିକି ବିଳମ୍ବିତ ହେଉଛି ଗ୍ରୀଷ୍ମ ଦାଉ ସେତିକି ବଢ଼ିବାରେ ଲାଗିଛି। ଘରେ ହେଉକି ବାହାରେ ତାତି କଲବଲ କରି ପକାଇଲାଣି । ଅନ୍ୟପକ୍ଷରେ ସୋମବାର କଟକ ଓ ବାଲେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କଟକରେ ସନ୍ଧ୍ୟାରେ ପ୍ରବଳ ଝଡ଼ବର୍ଷା ହୋଇଥିବାବେଳେ ପବନ ଯୋଗୁଁ ଗଛ ଓ ବିଦ୍ୟୁତ ଖୁଣ୍ଟ ନଇଁ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ଏଥିଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି। ଏହାସହିତ ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ଦୀର୍ଘ ସମୟ ଯାଏଁ ବନ୍ଦ ରହିଥିଲା। ସେହିପରି କାଳବୈଶାଖୀ ପ୍ରଭାବରେ ବାଲେଶ୍ବରରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ି ଯାତାୟାତ ପ୍ରଭାବିତ ହୋଇଥିଲା। କାଳବୈଶାଖୀ ଯୋଗୁଁ ଭଦ୍ରକରେ ୧୨.୮ ମିମି, ଭବାନୀପାଟଣାରେ ୧୧.୬ ମିମି, ରାଉରକେଲାରେ ୭ ମିମି ବର୍ଷା ହୋଇଛି।
ତେବେ ଗ୍ରୀଷ୍ମପ୍ରବାହ ସୋମବାର ଦିନ ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲା। ସମ୍ବଲପୁରରେ ରେକର୍ଡ ୪୬.୧ ଡିଗ୍ରୀ ତାପମାତ୍ରା ରହିଛି। ଅନ୍ୟପକ୍ଷରେ ୯ ସହରରେ ୪୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ରହିଛି। ଭୁବନେଶ୍ବରରେ ପାରଦ ୪୪.୩ ଡିଗ୍ରୀ ରହିଛି। ସେହିପରି ହୀରାକୁଦରେ ୪୫.୬, ସୁବର୍ଣ୍ଣପୁରରେ ୪୫, ବରଗଡ଼ରେ ୪୪.୯, ତାଳଚେର, ବଲାଙ୍ଗୀର, ବୌଦ୍ଧ, ନୟାଗଡ଼ ଓ ଟିଟିଲାଗଡ଼ରେ ତାପମାତ୍ରା ୪୪ ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି। କଟକରେ ୪୩.୨, ଅନୁଗୋଳରେ ୪୩.୯, ଝାରସୁଗୁଡ଼ାରେ ୪୩.୪, ରାଉରକେଲା, ଢେଙ୍କାନାଳ ଓ ନୂଆପଡ଼ାରେ ୪୩.୨ ଡିଗ୍ରୀ ଲେଖାଏଁ ତାପମାତ୍ରା ରହିଛି। ରାଜ୍ୟରେ ସୋମବାର ମୋଟ ୩୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ ଉପରେ ରହିଛି।
ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବାବେଳେ ଆସନ୍ତା ୫ ଦିନ ଯାଏଁ ଗ୍ରୀଷ୍ମ ଲହରୀ ଜାରି ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ନୟାଗଡ଼, କଟକ ଓ ଖୋର୍ଦ୍ଧାରେ ଗ୍ରୀଷ୍ମ ଲହରୀ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା।

ଅନ୍ୟପକ୍ଷରେ ମଙ୍ଗଳବାର ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ବଲାଙ୍ଗୀର ଜିଲା ପାଇଁ ଗ୍ରୀଷ୍ମ ଲହରୀ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, କନ୍ଧମାଳ, ନୂଆପଡ଼ା, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଗଞ୍ଜାମ ଏବଂ ଯାଜପୁର ଜିଲା ପାଇଁ ଗ୍ରୀଷ୍ମ ପ୍ରବାହ ନେଇ ହଳଦିଆ ସତର୍କତା ଜାରି ହୋଇଛି। ଅନ୍ୟପକ୍ଷରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ଝଡ଼ବର୍ଷା ନେଇ ହଳଦିଆ ସତର୍କତା ଜାରି କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ଆଉ କିଛି ଅଞ୍ଚଳକୁ ଅଗ୍ରସର ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories