www.samajalive.in
Monday, December 15, 2025
17.1 C
Bhubaneswar

ନିଜଆଡ଼ୁ ମାମଲା ରୁଜୁ କରନ୍ତୁ ରାଜ୍ୟ

ନୂଆଦିଲ୍ଲୀ : ଘୃଣ୍ୟ ମନ୍ତବ୍ୟ ପ୍ରଦାନ ପ୍ରସଙ୍ଗରେ ଶୁକ୍ରବାର ଶୀର୍ଷ ନ୍ୟାୟାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ଘୃଣ୍ୟ ମନ୍ତବ୍ୟ ପ୍ରଦାନକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗକୁ ଅପେକ୍ଷା ନ କରି ନିଜଆଡ଼ୁ ମାମଲା ରୁୁଜୁ କରିବାକୁ ଶୀର୍ଷ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି।
ବିଭିନ୍ନ ସମ୍ପ୍ରଦାୟ ପ୍ରତି ଘୃଣ୍ୟ ମନ୍ତବ୍ୟ ପ୍ରଦାନକାରୀଙ୍କ ବିରୋଧରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଶୀର୍ଷ ନ୍ୟାୟାଳୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଚାରପତି କେ.ଏମ୍‌. ​‌େ​‌ଜାସେଫ୍‌ ଓ ବି.ଭି ନାଗରତ୍ନାଙ୍କୁ ନେଇ ଗଠିତ ପୀଠ ଦର୍ଶାଇଥିଲେ କୌଣସି ଧର୍ମର ବ୍ୟକ୍ତିଙ୍କୁ ଆକ୍ଷେପ କରି ଘୃଣ୍ୟ ମନ୍ତବ୍ୟ ପ୍ରଦାନ କରାଯାଉ ନା କାହିଁକି ତାହାକୁ ପ୍ରାଦେଶିକ ସରକାର ଗୁରୁତ୍ବର ସହ ନେଇ ନିଜଆଡୁ ମାମଲା ରୁଜୁ କରିବେ। ଧର୍ମନିରପେକ୍ଷତା ନେଇ ଦେଶର ଭାବମୂର୍ତ୍ତି ରକ୍ଷା କରାଯିବା ନିହାତି ଆବଶ୍ୟକ। ଆଇପିସିର ଧାରା ୧୫୩ ଏ, ୧୫୩ ବି, ୫୦୫ ଓ ୨୯୫ ଏ ଅନୁଯାୟୀ ଘୃଣ୍ୟ ମନ୍ତବ୍ୟ ପ୍ରଦାନକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ପାରିବ ବୋଲି ପୀଠ ସ୍ପଷ୍ଟ କରି ଦେଇଥିଲେ।
ଘୃଣ୍ୟ ମନ୍ତବ୍ୟ ପ୍ରଦାନକାରୀଙ୍କ ବିରୋଧରେ ନିଜଆଡୁ ମାମଲା ରୁଜୁ କରିବା ନେଇ ସବୁ ପ୍ରଦେଶର ପୁଲିସ ମହାନିର୍ଦେଶକ ନିଜ ବିଭାଗର ସମସ୍ତ କର୍ମଚାରୀଙ୍କୁ ଜଣାଇ ଦେବାକୁ ପୀଠ ନିର୍ଦେଶ ଦେଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଠ ସ୍ପଷ୍ଟ କରି ଦେବା ସହ ଯଦି କୌଣସି ପୁଲିସ ଅଧିକାରୀ ଏଥିନେଇ ଅବହେଳା ପ୍ରଦର୍ଶନ କରନ୍ତି ତେବେ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯିବ ବୋଲି ପୀଠ ଚେତାଇ ​‌େ​‌ଦଇଛନ୍ତି। ଏକବିଂଶ ଶତାଦ୍ଦୀରେ ଧର୍ମକୁ ଆଧାର କରି ଦେଶରେ ଘୃଣାର ପରିବେଶ ସୃଷ୍ଟି କରାଯିବା ଦୁର୍ଭାଗ୍ୟଜନକ ବୋଲି ପୀଠ ଦର୍ଶାଇଛନ୍ତି।
ସୂଚନାଥାଉ କି ଘୃଣ୍ୟ ମନ୍ତବ୍ୟ ପ୍ରଦାନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସରକାରଙ୍କୁ ନିର୍ଦେଶ ଦେବାକୁ ସାହିନ ଅବଦୁଲ୍ଲା ନାମକ ଜଣେ ସାମ୍ବାଦିକ ପୂର୍ବରୁ ଏକ ମାମଲା ରୁଜୁ କରିଥିଲେ। ୨୦୨୨ ଅକ୍ଟୋବର ୨୧ରେ ଶୀର୍ଷ ନ୍ୟାୟାଳୟ ସାହିନଙ୍କ ଆବେଦନ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେହି ୩ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ୨୦୨୨ ଅକ୍ଟୋବର ୨୧ରେ ଶୀର୍ଷ ନ୍ୟାୟାଳୟ ଦେଇଥିବା ନିର୍ଦେଶ ଅନ୍ୟ ପ୍ରଦେଶମାନଙ୍କରେ ଲାଗୁ କରିବାକୁ ସାହିନ ପୁନର୍ବାର ଆବେଦନ କରିବା ପରିପ୍ରେକ୍ଷୀରେ ଶୁକ୍ରବାର ଶୀର୍ଷ ନ୍ୟାୟାଳୟଙ୍କ ପୀଠ ଘୃଣ୍ୟ ମନ୍ତବ୍ୟ ପ୍ରଦାନକାରୀଙ୍କ ବିରୋଧରେ ନିଜଆଡୁ ମାମଲା ରୁଜୁ କରିବାକୁ ପ୍ରାଦେଶିକ ସରକାରମାନଙ୍କୁ ନିର୍ଦେଶ ଦେଇଛନ୍ତି।
ନିଜଆଡ଼ୁ ମାମଲା

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories