www.samajalive.in
Monday, December 15, 2025
27.1 C
Bhubaneswar

ଆର୍ଯ୍ୟନ୍‌ଙ୍କ ଜାମିନ ଶୁଣାଣି ଅସମାପ୍ତ

ମୁମ୍ବଇ : ମାଦକ ପାର୍ଟି ମାମଲାରେ ଅଭିଯୁକ୍ତ ଆର୍ଯ୍ୟନ୍‌ ଖାଁଙ୍କ ଜାମିନ ଆବେଦନ ଉପରେ ବୁଧବାର ଶୁଣାଣି ସ୍ଥଗିତ ରହିଛି। ଗୁରୁବାର ସକାଳ ୧୨ଟାରେ ପୁନର୍ବାର ଏହାର ଶୁଣାଣି ହେବ। ସେ ପର୍ଯ୍ୟନ୍ତ ଅର୍ଥାତ୍‌ ଆଉ ଗୋଟିଏ ରାତି ଆର୍ଯ୍ୟନ୍‌ଙ୍କୁ ଆର୍ଥର ରୋଡ୍‌ କାରାଗାରରେ ବିତାଇବାକୁ ପଡ଼ିବ। ଅଭିନେତା ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଅପରାହ୍ଣ ୨ଟା ୪୫ରେ ଆରମ୍ଭ ହୋଇ ପ୍ରାୟ ତିନି ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ଏନ୍‌ସିବି ଆର୍ଯ୍ୟନ୍‌ଙ୍କ ଜାମିନ ଆବେଦନକୁ ଘୋର ବିରୋଧ କରିଥିଲା। ଆନ୍ତର୍ଜାତିକ ମାଦକ ଦ୍ରବ୍ୟ ଚୋରା କାରବାରରେ ତାଙ୍କର ସମ୍ପୃକ୍ତି ରହିଛି ଏବଂ ଏ ସମ୍ପର୍କରେ ଅଧିକ ତଦନ୍ତ ଆବଶ୍ୟକ ବୋଲି ସରକାରୀ ଓକିଲ ଅନିଲ ସିଂହ ଦର୍ଶାଇଥିଲେ। ଆର୍ଯ୍ୟନ୍‌ ପାର୍ଟି ପାଇଁ ମାଦକ ଦ୍ରବ୍ୟ ବିଦେଶୀ ନାଗରିକଙ୍କଠାରୁ ଯୋଗାଡ଼ ସହ ବିତରଣ କରିଥିବା ତାଙ୍କ ହ୍ବାଟ୍ସ ଆପ୍‌ ବାର୍ତ୍ତାଳାପରୁ ଜଣାପଡ଼ିଛି ବୋଲି ଏନ୍‌ସିବି ପକ୍ଷରୁ ଅଦାଲତରେ ଦର୍ଶାଯାଇଥିଲା। ଆର୍ଯ୍ୟନ୍‌ଙ୍କୁ ଜାମିନ ମିଳିଲେ ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କା ରହିଥିବା ଏହା ଯୁକ୍ତି ଦର୍ଶାଇଥିଲା। ଅପରପକ୍ଷରେ ଆର୍ଯ୍ୟନ୍‌ଙ୍କ ଓକିଲ ଅମିତ ଦେଶାଇ ଏହାକୁ ବିରୋଧ କରିବା ସହ ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପୁଅ ଏବଂ ତାଙ୍କ ନିକଟରୁ କୌଣସି ମାଦକ ଦ୍ରବ୍ୟ ଜବତ ହୋଇ ନାହିଁ କିମ୍ବା ସେ ଏହା ସେବନ କରିଥିବା ପ୍ରମାଣ ହୋଇ ନାହିଁ। ତାଙ୍କୁ ଅଯଥାରେ ମାଦକ ଦ୍ରବ୍ୟ ଚୋରା କାରବାରକାରୀ ବୋଲି ଦର୍ଶାଯିବା ପରିତାପର ବିଷୟ। ସେ ଦୃଷ୍ଟିରୁ ତାଙ୍କୁ ଜାମିନ ମିଳିବା ଯୁକ୍ତିଯୁକ୍ତ ବୋଲି ଦେଶାଇ ଦର୍ଶାଇଥିଲେ। ପ୍ରତୀକ ଗାବା ନାମକ ଜଣେ ଆର୍ଯ୍ୟନ୍‌ଙ୍କୁ ପାର୍ଟିକୁ ନିମନ୍ତ୍ରଣ କରିଥିଲେ; କିନ୍ତୁ ତାଙ୍କୁ ଗିରଫ କରା ନଯିବା ନେଇ ଦେଶାଇ ପ୍ରଶ୍ନ ଉଠାଇଥିଲେ। ଏଭଳି ବିତର୍କ ମଧ୍ୟରେ ଜାମିନ ଶୁଣାଣି ଅସମାପ୍ତ ରହିଛି। ଅପରପକ୍ଷରେ ଆର୍ଯ୍ୟନ୍‌ଙ୍କୁ ଯେତେ ଅଧିକ ଦିନ କାରାଗାରରେ ରଖାଯାଉଛି ତାଙ୍କ ପ୍ରତି ସେତେ ଅଧିକ ସମବେଦନା ପ୍ରକାଶ ପାଉଛି। ଅଭିନେତା ସଲମାନ ଖାଁ ବୁଧବାର ‘ମନ୍ନତ’ରେ ପହଞ୍ଚି ଶାହରୁଖ ଓ ତାଙ୍କ ପତ୍ନୀ ଗୌରୀଙ୍କୁ ଭେଟିଛନ୍ତି। ସେହିଭଳି ସୁସାନେ ଖାଁ ଆର୍ଯ୍ୟନ୍‌ଙ୍କୁ ଭଲ ପିଲା ବୋଲି କହିଛନ୍ତି।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories