www.samajalive.in
Saturday, December 13, 2025
14.1 C
Bhubaneswar

ବିଧାୟକଙ୍କ ଗାଡ଼ି ଉପରକୁ ବୋମା ମାଡ଼ ଘଟଣା : ତଦନ୍ତ ପାଇଁ କେନ୍ଦୁଝରରେ ପଶ୍ଚିମାଞ୍ଚଳ ଡିଆଇଜି

କେନ୍ଦୁଝରଗଡ/କେନ୍ଦୁଝର : ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ଗାଡ଼ି ଉପରକୁ ରବିବାର ବୋମା ମାଡ଼ ଘଟଣାର ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି ଏବଂ ଖୁବ୍‍ ଶୀଘ୍ର ଗିରଫ କରାଯିବ ବୋଲି ପଶ୍ଚିମାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ ବୁଧବାର କେନ୍ଦୁଝର ଗସ୍ତରେ ଆସି କହିଛନ୍ତି। ଏହି ଘଟଣା ସମ୍ପର୍କରେ ଡିଆଇଜି ଶ୍ରୀ ପଙ୍କଜ ସିସିଟିଭି ଫୁଟେଜ ଦେଖିବା ସହ ଜିଲାର ବରିଷ୍ଠ ଆରକ୍ଷୀ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଥିବାବେଳେ ଖୁବ୍‍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବା ନେଇ ଡିଆଇଜି ଶ୍ରୀ ପଙ୍କଜ ସୂଚନା ଦେଇଛନ୍ତି। ବିଧାୟକ ଶ୍ରୀ ମାଝୀଙ୍କ ଗାଡ଼ି ଉପରକୁ ବୋମା ମାଡ଼ ଘଟଣାରେ ଆରକ୍ଷୀ ପ୍ରଶାସନର ନିଷ୍କ୍ରିୟତା ପ୍ରତିବାଦରେ ଜିଲା ବିଜେପି ପକ୍ଷରୁ ମଙ୍ଗଳବାର ଗାନ୍ଧୀ ଛକରେ ଅନୁଷ୍ଠିତ ଚକଅଖ ବନ୍ଦ ଆନ୍ଦୋଳନରେ ୧୦ଜଣ ବିଧାୟକଙ୍କ ଯୋଗଦାନ ସହ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରି ୭ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା। ପରେ ଟାଉନ ଥାନା ପକ୍ଷରୁ ଅଭିଯୁକ୍ତଙ୍କ ଫଟୋ ଜାରି ସହ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯିବା ଏବଂ ବୁଧବାର ଅଭିଯୁକ୍ତ ଚିହ୍ନଟ ସହ ଶୀଘ୍ର ଗିରଫ ଘୋଷଣା ପରେ ପ୍ରକୃତରେ ଅଭିଯୁକ୍ତକୁ କେବେ ଗିରଫ କରିବାକୁ ଆରକ୍ଷୀ ପ୍ରଶାସନ ସକ୍ଷମ ହେଉଛି ତାହା ଦେଖିବାକୁ ବାକିରହିଲା ବୋଲି ଆଲୋଚନା ହେଉଛି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories