www.samajalive.in
Sunday, December 7, 2025
23.1 C
Bhubaneswar

ସୁସ୍ଥ ଜଳଖିଆ

ଆମ ଖାଦ୍ୟରେ ଆମେ କ’ଣ ଖାଉଛୁ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଏଭଳି କିଛି ଖାଦ୍ୟର ସେବନ କରିବା ଉଚିତ, ଯାହା ଆମକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏଥି ସହିତ, ବିଶେଷତଃ ସକାଳ ଜଳଖିଆରେ ଆମେ ଯାହା ଖାଉଛୁ ସେଥିପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ଅଛି । ବାସ୍ତବରେ, ଯଦି ଆମେ ସକାଳ ଜଳଖିଆରେ ସୁସ୍ଥ ଜିନିଷ ଖାଇଥାଉ, ତେବେ ଆମେ ଦିନସାରା ଏହାର ଲାଭ ପାଇଥାଉ । ସୁସ୍ଥ ଜଳଖିଆ ଆମକୁ ଦିନସାରା କାର୍ଯ୍ୟ କରିବାକୁ ଶକ୍ତି ଦେବା ପାଇଁ ସାହାଯ୍ୟ କରେ । କେବଳ ଏତିକି ନୁହେଁ, ଏହା ଆମକୁ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । କିନ୍ତୁ ଆପଣ ଜାଣନ୍ତି କି ସକାଳ ଜଳଖିଆରେ କେଉଁ ଖାଦ୍ୟ ଉପକାରୀ? କେଉଁ ଖାଦ୍ୟ ସକାଳେ ଖାଇବା ଉଚିତ୍, ଯାହା ଆମ ଶରୀର ପାଇଁ ଲାଭଦାୟକ ……….
ସକାଳୁ ଉଠିବା ପରେ ପ୍ରଥମେ ଏକ ଗ୍ଲାସ ପାଣି ପିଇ ନିଜ ଦିନର ଆରମ୍ଭ କରନ୍ତୁ। ଏପରି କରିବା ଦ୍ୱାରା ପାଚନ ତନ୍ତ୍ର ସଫା ରହିଥାଏ।

ଖାଲି ପେଟରେ ବାଦାମ
ଡ଼୍ରାଏ ଫ୍ରୁଡ୍ସ ( ବାଦାମ, କାଜୁ, ଅଖରୋଟ )ଖାଇବା ଶରୀର ପାଇଁ ଅମୃତ ସହ ସମାନ ବୋଲି କୁହାଯାଏ। ଏହା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇବା ସହ ଶରୀରକୁ ଥଣ୍ଡାରୁ ଦୂରେଇ ରଖେ। ନିୟମିତ ଏହାକୁ ଖାଇବା ଦ୍ୱାରା ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଆପଣ ସକାଳେ ଖାଲି ପେଟରେ ବାଦାମ ଖାଇପାରିବେ । କେବଳ ଧ୍ୟାନରେ ରଖନ୍ତୁ ,ସେଗୁଡିକୁ ଅଧିକ ଗ୍ରହଣ କରିବେ ନାହିଁ, ନଚେତ୍ ପେଟ ଜନିତ ସମସ୍ୟା ସୃଷ୍ଟି ହେବାର ଅଧିକ ସମ୍ଭାବନା ରହିଥାଏ। ବାଦାମରେ ପ୍ରୋଟିନ୍, ଭିଟାମିନ୍, ମାଙ୍ଗାନିଜ୍, ଓମେଗା -୩ ଏବଂ ଫାଇବର ଭଳି ଜିନିଷ ମିଳିଥାଏ ।

- Advertisement -

ଆପଣ ସକାଳ ଜଳଖିଆରେ କ୍ଷୀର ଏବଂ କଦଳୀର ମଧ୍ୟ ସେବନ କରିପାରିବେ। ମାତ୍ର କ୍ଷୀର ସେବନର କିଛି ସମୟ ବ୍ୟବଧାନରେ କଦଳୀରେ ସାମାନ୍ୟ ଲୁଣ ବ୍ୟବହାର କରି ଖାଇପାରିବେ। ଏହି ଦୁଇଟି ଆମ ଶରୀରପାଇଁ ବେଶ ଲାଭଦାୟକ।

ଓଟସ ଇଟିଲି – ଓଟସ ପ୍ରସ୍ତୁତ ଇଟିଲିରେ କାବ୍ରୋହାଇଡ଼୍ରେଟ କମ ମାତ୍ରାରେ ଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ।
ସକାଳର ଜଳଖିଆରେ ଅଧିକ ରାଗ ଓ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।

ସକାଳ ସମୟରେ ଗୋଟିଏ କିମ୍ବା ଦୁଇଟି ଖଜୁରୀ ଖାଆନ୍ତୁ। ଏହା ପାଚନ ତନ୍ତ୍ର ଓ ପେଟ ଜନିତ ବହୁ ସମସ୍ୟା ଦୂର କରିଥାଏ।
ଆପଣ ସକାଳେ ଜଳଖିଆ ପାଇଁ ରୁଟି ମଧ୍ୟ ଏକ ଉତ୍ତମ ବିକଳ୍ପ ବୋଲି କୁହାଯାଏ। ଏହାସହ ଆପଣ ଫଳ ମଧ୍ୟ ଖାଇପାରିବେ ।

ଯଦି ଆପଣ ଅଣ୍ଡା ଖାଆନ୍ତି, ତେବେ ଆପଣ ଏହାକୁ ସକାଳେ ଜଳଖିଆରେ ଖାଇବା ଉଚିତ୍ ।
ଏହା ଆପଣଙ୍କୁ ଶକ୍ତି ପ୍ରଦାନ କରେ ଏବଂ ଆପଣଙ୍କୁ ଅନେକ ରୋଗରୁ ଦୂରେଇ ରଖିବା ପାଇଁ ମଧ୍ୟ ସହାୟକ ହୋଇଥାଏ। ଏଥିରେ ପ୍ରୋଟିନ୍ ଏବଂ ଅନେକ ପୋଷକ ତତ୍ତ୍ୱ ଆମ ଶରୀରକୁ ଲାଭ ଦେଇଥାଏ ।

 

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories