ବହୁ ଲୋକେ ମାଇଗ୍ରେନ(ଅର୍ଦ୍ଧକପାଳୀ) ସମସ୍ୟା ପାଇଁ ଖୁବ ଚିନ୍ତିତ ଅଟନ୍ତି। ମାତ୍ର କିଛି ସହଜ ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ସହଜରେ ମୁକ୍ତି ପାଇପାରିବା। ଚିକିତ୍ସକଙ୍କ ମତରେ ଭିଟାମିନ ଡ଼ି ଥିବା ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରିବ। ଜାଣନ୍ତୁ ତାହା କଣ….
ସୂର୍ଯ୍ୟକିରଣ ଭିଟାମିନ ଡ଼ିର ଏକ ମୁଖ୍ୟ ଉତ୍ସ ଅଟେ। ତେଣୁ ନିୟମିତ ସକାଳ ଖରାରେ କିଛି ସମୟ ରହିବା ଆବଶ୍ୟକ। ଏହା ଦ୍ୱାରା ମାଇଗ୍ରେନ ସମସ୍ୟା ଦୂର ହୋଇଥାଏ।
ଭିଟାମିନ ଡ଼ି ଯୁକ୍ତ ଖାଦ୍ୟକୁ ନିୟମିତ ଛଅ ମାସ ଖାଇବା ଆବଶ୍ୟକ ଅଟେ।ଏହି ଖାଦ୍ୟ ମଧ୍ୟରେ ମାଛର ଚର୍ବି, ପନିର , ଅଣ୍ଡା , କ୍ଷୀର , ବାଦାମ , କମଳା ରସ , ଛେନା, ଛତୁ , କର୍ଡ଼ ଲିଭର ତେଲ, ପାଳଙ୍ଗ ଶାଗ , ସୋୟାବିନ ଆଦିକୁ ନିୟମିତ ଖାଇବା ଦ୍ୱାରା ମାଇଗ୍ରେନ ସମସ୍ୟାରୁ ସଂପୂର୍ଣ୍ଣ ମୁକ୍ତି ମିଳିପାରିବ।
ଭିଟାମିନ ଡ଼ି କ୍ୟାପସୁଲ ମଧ୍ୟ ବଜାରରେ ମିଳୁଛି, ଏହାକୁ ଖାଇବା ଦ୍ୱାରା ମଧ୍ୟ ମାଇଗ୍ରେନ ସମସ୍ୟାରୁ ମୁକ୍ତି ମିଳିଥାଏ।
ମାଇଗ୍ରେନରୁ ମୁକ୍ତି ପାଇବାର ସହଜ ଉପାୟ
Popular Categories



