ନିରାମିଷ ଭାବୁଥିଲେ ମଧ୍ୟ ଏହି ଖାଦ୍ୟ ଆମିଷ
ଭାରତରେ ବାସ କରୁଥିବା ଲୋକମାନେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ଖାଇଥାନ୍ତି। କିନ୍ତୁ ପ୍ରାୟ ଲୋକ ନିରାମିଷ ଖାଇବାକୁ ପସନ୍ଦ କରିଥାନ୍ତି। ଆମେ ଅନେକ ସମୟରେ ଏଭଳି ଖାଦ୍ୟଗ୍ରହଣ କରିଥାଉ, ତାହା ନିରାମିଷ ବୋଲି ଭାବିଥାଉ। କିନ୍ତୁ ପ୍ରକୃତରେ ସେଗୁଡିକ ନିରାମିଷ ହୋଇ ନଥାଏ। ତାହା ପ୍ରକୃତରେ ଆମିଷ ବା ନନ୍ଭେଜ୍ ହୋଇଥାଏ। ଯଦି ଆପଣ ଶୁଦ୍ଧ ଶାକାହାରୀ,ତେବେ ସେସବୁ ସାମଗ୍ରୀଠାରୁ ନିଜକୁ ଦୂରେଇ ରଖିବା ଉଚିତ।
ଆସନ୍ତୁ ଜାଣିବା ସେହି ଖାଦ୍ୟ ସାମଗ୍ରୀ ଗୁଡିକ ସଂପର୍କରେ ..ସୁପ୍: ରେଷ୍ଟୁରାଣ୍ଟରେ ପ୍ରସ୍ତୁତ ହେଉଥିବା ସୁପରେ ବିଭିନ୍ନ ପ୍ରକାରର ସସ୍ ବ୍ୟବହାର କରାଯାଇଥାଏ। ସେହି ସସ୍ ମାଛରୁ ମିଳୁଥିବା ଉତ୍ପାଦରୁ ପ୍ରସ୍ତୁତ ହୋଇଥାଏ। ଏଣୁ ସୁପ୍ ପାଇଁ ଅର୍ଡର ଦେବା ପୂର୍ବରୁ ଏହି ବିଷୟରେ ଜାଣିବା ଉଚିତ।
ତେଲ: ଅଧିକାଂଶ ତେଲରେ ଓମେଗା-୩ ଫ୍ୟାଟି ଏସିଡ୍ ଥାଏ। ଯାହା ପ୍ରକୃତରେ ଶାକାହାରୀ ନୁହେଁ। କେତେକ ତେଲରେ ଲେନୋଲିନ୍ ଥାଏ ତେଣୁ ତାହା ମଧ୍ୟ ଶାକାହାରୀ ନୁହେଁ।
ଚିନି: ହ୍ଵାଇଟ୍ ସୁଗାର୍ ବା ଚିନିକୁ ସଫା କରିବା ପାଇଁ ଏକ ପ୍ରାକୃତିକ କାର୍ବନର ପ୍ରୟୋଗ ହୋଇଥାଏ। ଏହା ପଶୁମାନଙ୍କ ହାଡରୁ ମିଳିଥାଏ। ଏଣୁ ଚିନି ମଧ୍ୟ ନିରାମିଷ ନୁହେଁ।
ବିଅର୍/ଓ୍ଵାଇନ୍: ବିଅର୍ /ଓ୍ଵାଇନ୍କୁ ସଫା କରିବା ଲାଗି ଇଜିନ୍ ଗ୍ଲାସର ପ୍ରୟୋଗ କରାଯାଇଥାଏ। ଏହା ମାଛର ରକ୍ତରୁ ତିଆରି ହୋଇଥାଏ।
ଜାମ୍: ଯଦି ଆପଣ ଶାକାହାରୀ ବୋଲି ଭାବୁଥାନ୍ତି, ତେବେ ତାହା ଠିକ୍ ନୁହେଁ। କାରଣ ଏଥିରେ ଜିଲେଟିନ୍ ଥାଏ। ଏହି ଜିଲେଟିନ ପଶୁମାନଙ୍କ ଠାରୁ ମିଳିଥାଏ।