www.samajalive.in
Sunday, December 7, 2025
14.1 C
Bhubaneswar

ସମୟ ଅନୁଯାୟୀ କରନ୍ତୁ ଭୋଜନ

ସକାଳୁ ଉଠିବା ମାତ୍ରେ ପ୍ରଥମେ ମନରେ ଆସିଥାଏ କ’ଣ ଜଳଖିଆ ଖାଇବେ। ଜଳଖିଆ ଖାଇବା ପରେ ମନରେ ଆସିଥାଏ ଖରାବେଳର ଖାଦ୍ୟ,ଏହାପରେ ରାତି ଖାଦ୍ୟ। ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଜରୁରୀ। ଗୋଟିଏ ଦିନ ମଧ୍ୟ ଖାଦ୍ୟ ନଖାଇଲେ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡିଥାଏ। ଖାଦ୍ୟ ଖାଇବାର ସମୟ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।
ଜଳଖିଆ – ସକାଳର ଜଳଖିଆ ଦିନର ପ୍ରଥମ ଭୋଜନ। ଯାହା ସ୍ୱାସ୍ଥ୍ୟକୁ ଶକ୍ତି ଯୋଗାଇବା ସହ ସତେଜ ରଖିଥାଏ। କାର୍ଯ୍ୟ କରିବାକୁ ଶକ୍ତି ଯୋଗାଇଥାଏ। ଜଳଖିଆ କରିବାର ସବୁଠାରୁ ଉତ୍ତମ ସମୟ ସକାଳ ୭ ଟାରୁ ୯ ମଧ୍ୟରେ ହେବା ଉଚିତ। ରାତି ଖାଦ୍ୟ ଖାଇବାର ୮ ରୁ ୧୦ ଘଣ୍ଟା ପରେ ଜଳଖିଆ ସେବନ କରିବା ଉଚିତ।
ଖରାବେଳର ଭୋଜନ – ଜଳଖିଆ ଜଲଦି ଖାଇବା ଦ୍ୱାରା ଖରାବେଳର ଖାଦ୍ୟ ମଧ୍ୟ ସଠିକ ସମୟରେ ଖାଇବା ଉଚିତ। ଫଳରେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଖରାବେଳର ଖାଦ୍ୟ ସର୍ବଦା ୧୨ଟାରୁ ୨ ମଧ୍ୟରେ ଖାଇବା ଉଚିତ।
ଖରାବେଳେ ଖାଦ୍ୟ ଜଲଦି ଓ ସଠିକ ସମୟରେ ଖାଇବା ଦ୍ୱାରା ରାତିରେ ଭୋକ ମଧ୍ୟ ଜଲଦି ଲାଗିଥାଏ। ଅଧିକ ସମୟ ପେଟ ଖାଲି ରହିଲେ ଏସିଡିଟି,ଗ୍ୟାଷ୍ଟ୍ରିକ ଭଳି ସମସ୍ୟା ହୋଇଥାଏ। ରାତିରେ ଖାଦ୍ୟ ସର୍ବଦା ୭ଟାରୁ ୮ଟା ୩୦ ମଧ୍ୟରେ ଖାଇବା ଉଚିତ।
ପ୍ରତ୍ୟେକ ଦିନ ଏକ ନିର୍ଦ୍ଧାରିତ ସମୟରେ ଭୋଜନ କରିବା ଦ୍ୱାରା ଶରୀରରେ ମେଟାବୋରଲିଜିୟମ ସ୍ତରକୁ ସଠିକ ରଖିଥାଏ। ସକାଳ ସମୟରେ ମେଟାବୋଲିଜିୟମ ସ୍ତର ସବୁଠାରୁ ଭଲ ଭାବେ କାମ କରିଥାଏ। ଧିରେ ଧିରେ ଏହା କମିଥାଏ।
ନିର୍ଦ୍ଧାରିତ ସମୟରେ ଭୋଜନ କରିବା ଦ୍ୱାରା ଶରୀରକୁ ଦିନଯାକ କାର୍ଯ୍ୟ କରିବାକୁ ଶକ୍ତି ମିଳିବା ସହ ସତେଜ ଅନୁଭବ ହୋଇଥାଏ।
ସଠିକ ସମୟରେ ଭୋଜନ କରିବା ଦ୍ୱାରା ଓଜନ ହ୍ରାସ ହେବାରେ ମଧ୍ୟ ସହାୟକ ହୋଇଥାଏ। କାରଣ ଉଚିତ ସମୟରେ ଭୋଜନ କରିବା ଦ୍ୱାରା ବାରମ୍ବାର ଭୋକ ଲାଗିନଥାଏ। ଫଳରେ ବାହାରର ଜଳଖିଆ,ଛଣାଛଣି ଖାଦ୍ୟ ଆଦି ଖାଇନଥାଆନ୍ତି।

 

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories