www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ସଂକ୍ରମଣ : ମୁକାବିଲାର ପ୍ରସ୍ତୁତି ଓ ସ୍ଥିତାବସ୍ଥା ନେଇ ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ଦ୍ୱାରା ଏହାର ମୁକାବିଲା ପାଇଁ କରିଥିବା ପ୍ରସ୍ତୁତି ଓ ନେଇଥିବା ପଦକ୍ଷେପର ସ୍ଥିତାବସ୍ଥାକୁ ସମୀକ୍ଷା କରିଛନ୍ତି। ଦିନରାତି ୨୪ଘଣ୍ଟା ହେଲ୍‍ପ ଲାଇନ୍‍ ଖୋଲା ରଖିବା ପାଇଁ ସେ କର୍ମକର୍ତ୍ତାମାନଙ୍କୁ କହିଛନ୍ତି। ଏଥିପାଇଁ ସ୍ଥାପନ କରାଯାଇଥିବା ହେଲ୍‍ପ ଲାଇନ୍‍ ନମ୍ବର ହେଉଛି ୦୧୧-୨୩୯୭୮୦୪୬। ଅନ୍ୟପକ୍ଷରେ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଦେଶୀୟ ଓ ଆନ୍ତର୍ଜାତିକ ସ୍ତରରେ ସ୍ଥିତାବସ୍ଥା ବିଷୟରେ ଅବଗତ କରାଯାଇଛି।

କୋବିଡ-୧୯ ସଂକ୍ରମଣର ବ୍ୟାପକତାକୁ ରୋକିବା ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନିଆଯାଉଥିବା ପଦକ୍ଷେପକୁ ପ୍ରଶଂସା କରିବା ସହିତ ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ପ୍ରସ୍ତୁତି ଓ ନେଇଥିବା ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି। ବିଭିନ୍ନ ହାସ୍ପାତାଳ ଓ ଏହାର ଆଖପାଖ ଅଞ୍ଚଳର ପରିବେଶକୁ ସ୍ବାସ୍ଥ୍ୟକର ଏବଂ ପରିସ୍କାର ପରିଚ୍ଛନ୍ନ ରଖିବା ସହିତ କୋବିଡ-୧୯ ପରିଚାଳନା ପାଇଁ ପ୍ରୋଟୋକଲ ପାଳନ କରିବାକୁ ଡକ୍ଟର ହର୍ଷବର୍ଦ୍ଧନ ପରାମର୍ଶ ଦେଇଛନ୍ତି।

- Advertisement -

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories