www.samajalive.in
Sunday, December 14, 2025
19.1 C
Bhubaneswar

କେମିତି ଚାଲିଛି ସ୍ୱାସ୍ଥ୍ୟସେବା: ଅଧିକାଂଶ ଉପକେନ୍ଦ୍ରରେ ତାଲା, ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ନାହାନ୍ତି କର୍ମଚାରୀ

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍‍ ଅଞ୍ଚଳରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ଜିଲ୍ଲା ରେବ ଶୀର୍ଷ ସ୍ଥାନରେ ଥିବା ବେଳେ ଗାଁମାନଙ୍କରେ ଅଧିକାଂଶ ଘରେ ଭାଇରାଲ୍‍ ଜ୍ୱର ବ୍ୟାପି ଥିବାର ଦେଖିବାକୁ ମିଳୁଛି। କରୋନାର ପ୍ରକୋପ ସାଙ୍ଗକୁ ଭାଇରାଲ୍‍ ଜ୍ୱର ଜନ ସାଧାରଣଙ୍କୁ ଦହଗଞ୍ଜ କରି ଦେଉଛି। ଏଭଳି ସଙ୍କଟଜନକ ସ୍ଥିତିରେ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଅବସ୍ଥାପିତ ମହିଳା ଏବଂ ପୁରୁଷ ସ୍ୱାସ୍ଥ୍ୟ କର୍ମୀମାନଙ୍କର ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଛି। କିନ୍ତୁ ପରିତାପର ବିଷୟ ଯେ ରେଙ୍ଗାଲି ବ୍ଳକରେ ଥିବା ୧୪ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ମଧ୍ୟରୁ ଗୋଟିଏ /ଦୁଇଟି ଉପକେନ୍ଦ୍ରକୁ ଛାଡି ଦେଲେ କୌଣସି ଉପକେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀ ରହୁନାହାନ୍ତି। ସ୍ୱାସ୍ଥ୍ୟକର୍ମୀମାନଙ୍କ ରହିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ଅଧିକାଂଶ ଉପକେନ୍ଦ୍ର ପ୍ରାୟ ବନ୍ଦ ରହୁଥିବାର ମଧ୍ୟ ଦେଖିବାକୁ ମିଳୁଛି।

ଗୋଟିଏ ପଟେ କରୋନା ସଂକ୍ରମଣ ଗମ୍ଭିର ଆକାର ଧାରଣ କରିଥିବା ବେଳେ ଅନ୍ୟପଟେ ଘରେ ଘରେ ଭାଇରାଲ୍‍ ଜ୍ୱରରେ ଲୋକେ କଲବଲ ହେଉଛନ୍ତି। ସ୍ୱାସ୍ଥ୍ୟକର୍ମୀମାନେ ଆକ୍ରାନ୍ତ /ପୀଡିତ ମାନଙ୍କୁ ସର୍ବନିମ୍ନ ପ୍ରାଥମିକ ଚିକିତ୍ସା, ପରାମର୍ଶ ଏବଂ ଉପଯୁକ୍ତ ମାର୍ଗଦର୍ଶନ କରିବାର ଆବଶ୍ୟକତା ରହିଥିଲେ ମଧ୍ୟ ଅଧିକାଂଶ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦେଖା ଦର୍ଶନ ମିଳୁନାହିଁ ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ସାଂପ୍ରତିକ ସ୍ଥିତିରେ ଗ୍ରାମାଞ୍ଚଳରେ ବ୍ୟାପିଥିବା କରୋନା ଏବଂ ଭାଇରାଲ୍‍ ଜ୍ୱର ରୋକିବା ଦିଗରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରମାନଙ୍କରେ ଅବସ୍ଥାପିତ ସ୍ୱାସ୍ଥ୍ୟକର୍ମୀମାନଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସମସ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଯେପରି ନିୟମିତ ଖୋଲା ରହିବ ସେ ଦିଗରେ ବିହିତ ପଦକ୍ଷେପ ନିଆଯିବା ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ନଖୋଲି ଘରେ ବସି ରହୁଥିବା କର୍ମଚାରୀମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଚେତନ ନାଗରିକ ମହଲରେ ଦାବୀ ହେଉଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories