www.samajalive.in
Saturday, December 6, 2025
23.1 C
Bhubaneswar

ରୋଷେଇ ପାଇଁ ରଖିଥିବା ଗ୍ୟାସ୍‌ ସିଲିଣ୍ଡର ଫାଟି ଆଳୁ ବୋଝଇ ଟ୍ରକରେ ଲାଗିଲା ନିଆଁ

ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ବାବାଜୀ ଗୁଡା ନିକଟରେ ଏକ ଟ୍ରକରେ ଲାଗିଲା ନିଆଁ l ସୂଚନା ଅନୁଯାଇ ଡବ୍ଲ୍ୟୁବି୩୩ଇ ୨୬୯୯ ନମ୍ବର ଗାଡି ପଶ୍ଚିମବଙ୍ଗରୁ  ଆଳୁ ବୋଝଇ ହୋଇ ନବରଙ୍ଗପୁରକୁ ଯାଉଥିବା ବେଳେ ବାବାଜୀ ଗୁଡା ନିକଟରେ ଏକ ହୋଟେଲରେ ଖାଇବା ପାଇଁ ଅଟକି ରହିଥିଲେ l ସେଠାରେ କିଛି ସମୟ ଗଲାପରେ ସର୍ଟସର୍କିଟ ଯୋଗୁଁ ଗାଡ଼ିରେ ନିଆଁ ଲାଗିଯାଇଥିଲା। ତୁରନ୍ତ ଗାଡି ଡ୍ରାଇଭର ରାଇସ କୁମାର ପାନ ଓ ଗାଡିର ହେଲପର କାର୍ତ୍ତିକ ରାୟ ଘଟଣା ସମ୍ପର୍କରେ ମୈଦଳପୁର ପୁଲିସକୁ ଖବର ଦେଇଥିଲେ। ଗାଡି ଭିତରେ ରୋଷେଇ ପାଇଁ ରଖିଥିବା ଛୋଟ ଗ୍ୟାସ ସିଲିଣ୍ଡରଟି ଫାଟି ଯାଇଥିଲା। ଫଳରେ ଟ୍ରକରେ ନିଆଁ ଲାଗି ଯାଇ ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ଗାଡିଟିର ଆଗ ଅଂଶଟି ସମ୍ପୂର୍ଣ୍ଣ ପୋଡ଼ିଯାଇଥିବାବେଳେ ଡାଲାରେ ଥିବା ଆଳୁ ଅଧା ପୋଡି ଯାଇଛି l ଘଟଣା ସ୍ଥଳରେ ପାପଡାହାଣ୍ଡି ଅଗ୍ନିଶମ ପହଞ୍ଚି ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ l ମୈଦଳପୁର ପୁଲିସ ପହଞ୍ଚି ସେଠାରେ ବିପରୀତ ଦିଗରୁ ଆସୁଥିବା ଗାଡି ଗୁଡିକୁ ଅଟକାଇ ଥିଲେ ଓ ସୁରକ୍ଷା କୁ କଡା କୋଡ଼ି କରିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories