www.samajalive.in
Monday, December 15, 2025
26.1 C
Bhubaneswar

ବଲାଙ୍ଗିରରେ କାଳବୈଶାଖୀ: ବ୍ରଜାଘାତରେ ବଡ ଯା’ ମୃତ, ସାନ ଗୁରୁତର

ବଲାଙ୍ଗିର: ପାଣିପାଗ ବିଭାଗର ଅକାଳନ ଅନୁସାରେ ମଙ୍ଗଳବାର ସକାଳେ ବଲାଙ୍ଗିର ଜିଲା ଆକାଶରେ କଳା ବାଦଲ ଘୋଟି ଯାଇଥିଲା। ସକାଳ ୮ଟା ବେଳକୁ ସାମାନ୍ୟ ବର୍ଷା ପରେ ବର୍ଷା ଜୋରରେ ହୋଇଥିଲା। ଦିନ ୧୨ଟା ଯାଏ ବିଜୁଳି, ଘଡ ଘଡି ସହ ବର୍ଷା ଲାଗି ରହିଥିଲା। ତେବେ ପାଟଣାଗଡ ମଣ୍ଡଳୀ ଦେଇ ଖପ୍ରାଖୋଲ ଥାନା ଅତିକ୍ରମ କରିବା ପରେ ବରଗଡ-ବଲାଙ୍ଗିର ଜିଲା ସୀମାରେ ଥିବା ଗନ୍ଦମାର୍ଦ୍ଦନ ପାହାଡରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ କିଛି ସମୟ କୁଆ ପଥର ମାଡ ହୋଇଥିଲା। ଗଛ ଭାଙ୍ଗି ଯାଇଥିବା ଜଣାପଡିଛି। ତେବେ ଅକ୍ଷୟ ତୃତୀୟା ପୂର୍ବରୁ ବର୍ଷା ହୋଇଥିବାରୁ ଚାଷୀ ମହଲରେ ଖୁସି ପ୍ରକାଶ ପାଇଛି। ହେଲେ ବଜ୍ରଘାତ ଯୋଗୁଁ ୨ଟି ଅଘଟଣ ଘଟିଛି।

ବଲାଙ୍ଗିର ସଦର ଥାନା ବରକାନି ଗାଁର ବଡ ଯା ପାଣିବୁଡି ମେଶ୍ୱା ଓ ସାନ ଯା ଭୂମିସୁତା ମେଶ୍ୱା ନିକଟସ୍ଥ ବନ୍ଧକୁ ଗାଧୋଇବାକୁ ଯାଇଥିଲେ। ବଜ୍ରପାତରେ ଘଟଣା ସ୍ଥଳରେ ହିଁ ପାଣିବୁଡିଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଭୂମିସୂତାଙ୍କୁ ଉଦ୍ଧାର କରି ପରିବାର ଲୋକେ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୃତ ବଡ ଯା ପାଣିବୁଡିଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ବିବିଏମ୍‍ସିଏଚ୍‍କୁ ପଠାଇଛି ସଦର ଥାନା ପୁଲିସ। ସେହିପରି ପାଟଣାଗଡ ବ୍ଲକ ଡଙ୍ଗରିଆବାହାଲ ଗାଁରେ ଥିବା କେନ୍ଦୁପତ୍ର ଫଡି ଘରେ ବଜ୍ରଘାତ ଯୋଗୁଁ ନିଆଁ ଲାଗି ଯାଇଥିଲା। ବହୁ ପରିମାଣରେ କେନ୍ଦୁପତ୍ର ପୋଡି ପାଉଁଶ ହୋଇଯାଇଛି। ତେବେ ଏହି ପୋଡି ଯାଇଥିବା ପାଉଁଶର ମୂଲ୍ୟ ଆକଳନ କରାଯାଇ ନାହିଁ।

- Advertisement -

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲା ଆକାଶରେ କଳା ବାଦଲ ଘୋଟି ଆସିବା ଓ ବର୍ଷା ଆଶଙ୍କା କରି ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ କାଟ କରାଯାଇଥିଲା ସକାଳୁ। ସହରାଞ୍ଚଳରେ ଦିନ ୪ଟା ବେଳକୁ ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏବେ ବି ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇ ନଥିବା ଜଣାପଡିଛି। ସେହିପରି ସକାଳେ କଳା ମେଘ ଘୋଟି ଆସିଥିବା ବେଳେ ଦିନ ଅଢେଇଟା ବେଳକୁ ଟାଣ ଖରା ମାଡି ଆସିଥିଲା।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories