www.samajalive.in
Sunday, December 7, 2025
13.1 C
Bhubaneswar

ରାମନାଗୁଡା ବ୍ଲକରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ :ସୁସ୍ଥ ଓଡ଼ିଶା ଦିଗରେ ବଳିଷ୍ଠ ପଦକ୍ଷେପ

ରାମନାଗୁଡା : ସ୍ୱାସ୍ଥ୍ୟ ଆମ ପାଇଁ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।ପରିବାରର କେହି ଅସୁସ୍ଥ ହେଲେ ଚିନ୍ତା ବଢିଯାଏ ସବୁଠୁ ଅଧିକ ଚିନ୍ତା ଥାଏ ଚିକିତ୍ସା ପାଇଁ ଟଙ୍କା ଏଥିପାଇଁ କିଏ ଜମି ବିକ୍ରି କରେ ତ ଆଉ କିଏ ସୁନା ବନ୍ଧକ ରଖେ କିମ୍ବା ବିକ୍ରି କରିଦିଏ ଏମିତି କି ଆଉ କିଛି ଲୋକ ଋଣ କରନ୍ତି । ଏପରି ଲୋକଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଗୀର ମାଗଣା ଚିକିତ୍ସା ନିମନ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ର ଶୁଭାରମ୍ଭ କରିଥିଲେ। ଲୋକଙ୍କ ଚିକିତ୍ସା ଜନିତ ଦୁଃଖ ଦୂର କରିବା ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ବି ଏସ କେ ୱାଇ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବର୍ତ୍ତମାନ ବଣ୍ଟନ ଜାରି ରହିଥିବା ବେଳେ ମଙ୍ଗଳବାର ରାୟଗଡା ଜିଲ୍ଲାରେ ମଧ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ଜନିତ ଦୁଃଖ ଦୂର କରିବା ପାଇଁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମ ରେ ସ୍ମାର୍ଟ କାର୍ଡ ବଣ୍ଟନ ଶୁଭାରମ୍ଭ କରିଥିଲେ ।

ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଶୁଭାରମ୍ଭ ର ପ୍ରଥମ ପର୍ୟ୍ୟାୟରେ ଗୋସେଇଁ ଗୁଲୁମୁଣ୍ଡା ଏବଂ ପାରୀକ୍ଷିତି ପଂଚାୟତ ର କଣ୍ଡାତାମିଙ୍ଗି, ପାରୀକ୍ଷିତି, ତୁମ୍ବିଗୁଡା, କଣ୍ଡା ବାରିଡି ,ପୁରୁଟିଗୁଡା ବଣ୍ଟନ କରିବା ପରେ ପରବର୍ତ୍ତୀ ପର୍ୟ୍ୟାୟରେ ବ୍ଲକ ର ଅନ୍ୟାନ୍ୟ ପଂଚାୟତ ରେ ମଧ୍ୟ ବଣ୍ଟନ କରାଯିବ ବୋଲି ଜଣାପଡିଛି। ଆଜିର ଏହି ସ୍ମାର୍ଟ କାର୍ଡ ର ଶୁଭାରମ୍ଭ କାର୍ୟ୍ୟକ୍ରମ ରେ ରାମନାଗୁଡା ବ୍ଲକର ପାରୀକ୍ଷିତି ପଂଚାୟତ ରେ ମୁଖ୍ୟ ଅତିଥି ଭାବେ ରାମନାଗୁଡା ବ୍ଲକ ଅଧକ୍ଷା ରଜନୀ ମାଣ୍ଡାଙ୍ଗିଙ୍କ ଦ୍ଵାରା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଥିଲା, ଏହି କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ବିଜେଡି ଜିଲ୍ଲା ସମ୍ପାଦକ ଶ୍ରୀ ଗଗନ ବିହାରୀ ଆଚାର୍ୟ୍ୟ ,ପାରୀକ୍ଷିତି ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି,ବ୍ଲକ ଉପାଧ୍ୟକ୍ଷ ସୂର୍ୟ୍ୟରାଓ କୁମ୍ବ୍ରିକା, ଜିଲ୍ଲା ବିଜେଡି ଉପସଭାପତି ଅମିତ ମହାରଣା, ବରିଷ୍ଠ ବିଜେଡି ନେତା ଜଗଦୀଶ ନାୟକ ବେହେରା, କମଳ ଲୋଚନ ମୁଟିକା ପ୍ରମୁଖ ମଞ୍ଚାସୀନ ରହି ସ୍ମାର୍ଟ କାର୍ଡ ବଣ୍ଟନ କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର, ତହସିଲଦାର ପ୍ରଭାତୀ ଝଡ଼ିଆ, ସହକାରୀ ଯନ୍ତ୍ରୀ ପି କେ ମିଶ୍ର, ସିଡ଼ିପିଓ ଶାନ୍ତିଲତା ରଥ, ପଂଚାୟତ ନିର୍ବାହୀ ଅଧିକାରୀ ପ୍ରଭାତ ଶତପଥୀ, ଗ୍ରାମ୍ୟ ରୋଜଗାର ସେବକ ଦିଲ୍ଲୀପ କୁମାର ପଣ୍ଡା, ଯୋଗାଣ ସହାୟକ ଶିବ ଶଙ୍କର ଧୋବା ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ।କାର୍ୟ୍ୟକ୍ରମ ରେ ଉପସ୍ଥିତ ଥିବା ଅଧିକାରୀ ଏବଂ ଅତିଥି ସ୍ମାର୍ଟ କାର୍ଡ ପ୍ରଚଳନ ସମ୍ପର୍କରେ ଲୋକ ଙ୍କୁ ଅବଗତ କରିବା ସହିତ କିପରି ବ୍ୟବହାର ହେଇ ପାରିବ ,ଓ ପୁରୁଷ ଙ୍କ ଚିକିତ୍ସା ନିମନ୍ତେ ପାଞ୍ଚ ଲକ୍ଷ, ଏବଂ ମହିଳାଙ୍କ ପାଇଁ ଚିକିତ୍ସା ନିମନ୍ତେ ଦଶ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଅଧିକ ଚିକିତ୍ସା ନିମନ୍ତେ ସୁବିଧା ସୁଯୋଗ ଦିଆଯିବ ବୋଲି ମତ ପ୍ରକାଶ କରିଥିଲେ।।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories