www.samajalive.in
Tuesday, December 9, 2025
16.1 C
Bhubaneswar

ସକାଳୁ ଖାଲି ପେଟରେ ପିଅନ୍ତୁ ଅଦା ରସ : ମୂଳରୁ ନାଶ ହେବ ଅନେକ ରୋଗ

ସାଧାରଣତଃ ଆମ ସମସ୍ତଙ୍କ ଘରେ ଅଦା ନିଶ୍ଚିତ ଭାବେ ଉପଲବ୍ଧ। ମସଲା ଜାତୀୟ ସାମଗ୍ରୀ ମଧ୍ୟରେ ଏହା ପ୍ରଧାନ। ଏହା ତରକାରୀ ଆଦିରେ ମସଲା ଭାବେ ବ୍ୟବହୃତ ହେବା ସହ ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅଦା ରସ ଶରୀରର ଅନେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ବିଶେଷ କରି ସକାଳୁ ଅଦା ରସ ପିଇଲେ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ –

-ସକାଳୁ ଖାଲି ପେଟରେ ଅଦା ରସ ପିଇଲେ ଗଳା ଦରଜ, ରକ୍ତ ଶର୍କରା ବୃଦ୍ଧି ସମସ୍ୟା, ପେଟସମସ୍ୟା, ଆଣ୍ଠୁଗଣ୍ଠି ଦରଜ, କୋଲେଷ୍ଟ୍ରଲ୍ ଓ କର୍କଟ ଭଳି ମାରାତ୍ମକ ରୋଗଠାରୁ ଶରୀର ଦୂରେଇ ରହିଥାଏ।
-ଏହା ଶରୀରରେ ଗ୍ଲୁକୋଜର ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। ଫଳରେ ଶର୍କରା ସ୍ତର ବଢି ନ ଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ଲାଭଦାୟକ।
-ସକାଳୁ ଖାଲି ପେଟରେ ଏକ କପ୍‌ ଅଦା ରସ ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
-ଆଣ୍ଠୁଗଣ୍ଠି ଦରଜ ଥିଲେ ପ୍ରତିଦିନ ସକାଳୁ ଏକ କପ୍‌ ଅଦା ପିଅନ୍ତୁ।
-ନିୟମିତ ସକାଳୁ ଖାଲି ପେଟରେ ଅଦା ରସ ପିଇଲେ ଥକ୍କାପଣ ମଧ୍ୟ ଦୂର ହୋଇଥାଏ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories