ପ୍ରକୃତରେ ପରିସ୍ଥିତି ହିଁ ଅନକେ ସମୟରେ ମନୁଷ୍ୟକୁ ବିରକ୍ତ କରାଇବା ସହ କ୍ରୋଧିତ କରାଏ। ପରିବାର ସଦସ୍ୟଙ୍କ ସହ ସାଧାରଣ ବାର୍ତ୍ତାଳାପରେ ଅନେକ ସମୟରେ ଯୁକ୍ତିତର୍କ ଆରମ୍ଭ ହୋଇ ପରେ କଥା ଚରମସୀମାକୁ ପହଞ୍ଚିଥାଏ। ନିକଟରେ ଜନୈକ ମନୋବୈଜ୍ଞାନିକ ଡାକ୍ତର ସିନେଲ୍ ରେ କହିଛନ୍ତି ରାଗକୁ ନିୟନ୍ତ୍ରଣ କରିବା ଯଦିଓ ଏତେ ସହଜ ନୁହେଁ, ତେବେ ଏଭଳି ପରିସ୍ଥିତି ଠାରୁ ନିଜକୁ ସମସ୍ତେ ଦୂରେଇ ରଖିବା ଉଚିତ। ବିଭିନ୍ନ ବର୍ଗର ଲୋକଙ୍କୁ ପରୀକ୍ଷା ପରେ ଦେଖାଯାଇଥିଲା ଯେ କେତେକ ପରିବାରରେ ପୁରୁଷମାନେ ସାମାନ୍ୟ କଥାରେ ରାଗିଯାନ୍ତି। କାରଣ ସେହି ସ୍ଥାନରେ ଘରର ଅନ୍ୟ ସଦସ୍ୟମାନେ ସେମାନଙ୍କ କଥାକୁ ବେଖାତିର୍ କରିବା ସହ ନିଜ କାମରେ ମସଗୁଲ୍ ରୁହନ୍ତି। ଅନ୍ୟପାଖେ ଗୃହିଣୀଙ୍କ ତୁଳନାରେ କର୍ମଜୀବୀ ମହିଳାମାନେ ଅଧିକ ବଦ୍ରାଗୀ ଓ ଚିଡ଼ଚିଡ଼ା ସ୍ବଭାବର ହୋଇଥାନ୍ତି। କାରଣ ବିଭିନ୍ନ କାମର ଚାପ ସେମାନଙ୍କ ଉପରେ ଥାଏ। ପରୀକ୍ଷାରୁ ଜଣାପଡ଼ିଛି ଯେ ରାଗିଲେ ଆମ ମନ ଓ ମସ୍ତିଷ୍କ ଉପରେ ଏହାର ପ୍ରଭାବ ୭୨ ଘଣ୍ଟା ପର୍ୟ୍ୟନ୍ତ ରହିଥାଏ। ରକ୍ତଚାପ ବୃଦ୍ଧି ହେବା ସହ ହୃଦ୍ଯନ୍ତ୍ର ଉପରେ ମଧ୍ୟ ପ୍ରଭାବ ପଡ଼େ। ଏସବୁ କାରଣରୁ ନିଜ ଆୟୁଷ ହିଁ କ୍ଷୟ ହୋଇଥାଏ। ଏଣୁ ଏଥରକ ରାଗିବେ କିମ୍ବା ଶାନ୍ତ ରହିବେ, ସେଥିନିମନ୍ତେ ନିଜେ ନିଷ୍ପତ୍ତି ନିଅନ୍ତୁ।
Popular Categories



